ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସହିଦ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜାତିର ଜନକ ସ୍ୱର୍ଗୀୟ ମହାତ୍ମାଗାନ୍ଧୀଙ୍କ ୮୦ତମ ପୁଣ୍ୟତିଥି ସହିଦ ଦିବସ ଭାବରେ ପାଳିତ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି କଂଗ୍ରେସ କାର୍ଯ୍ୟାଳୟରେ ମହାତ୍ମାଗାନ୍ଧୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇ ଗାନ୍ଧୀଙ୍କ ନୀତି ଆଦର୍ଶ କୁ ଅନୁପ୍ରାଣିତ କରି ଆଗକୁ କଂଗ୍ରେସ ଦଳର ସଙ୍ଗଠନକୁ ସୁଦୃଢ କରି କଂଗ୍ରେସ ଦଳକୁ ଆଗକୁ ନେଇ ଦଳର ଉନ୍ନତି ନିମନ୍ତେ ସମସ୍ତେ ମତପ୍ରକାଶ କରିଥିଲେ । ଆଜିର ଏହି ଅବସରରେ ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ଗୌତମ ପଣ୍ଡା, ବାବୁଲି ସାହୁ, ଇଶ୍ଵର ମାଝୀ, ସମୀର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ନଗର ସଭାପତି ବସନ୍ତ କୁମାର ପଣ୍ଡା ପରିଚାଳନା କରିଥିଲେ .

Leave a Reply

Your email address will not be published. Required fields are marked *