ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଙ୍କଡ଼ପାଳ ସ୍ଥିତ ଚକ୍ରଧର ପରିଡାଙ୍କ ଘର ପାଖ କୂଅରେ ବିଳମ୍ବିତ ରାତିରେ ଏକ ଷଣ୍ଢ ପଡି ଯାଇଥିଲା . ଗ୍ରାମ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିବାରୁ ଅଗ୍ନିଶମ ବିଭାଗର ଅଧିକାରୀ ମାନେ ଚକ୍ରଧରଙ୍କ ଘରେ ପହଞ୍ଚି ଉପସ୍ଥିତ ବୁଦ୍ଧି ବ୍ୟବହାର କରି ଗ୍ରାମ ଲୋକଙ୍କ ସହାୟତାରେ ଚକ୍ରଧରଙ୍କ ଗଭୀର କୂଅରୁ ଷଣ୍ଢଟିକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଷଣ୍ଢଟିର ଡାହାଣ ଆଖି ଦ୍ୱାରା କିଛି ଦେଖା ଯାଉନଥିବାରୁ ସେ କୂଅରେ ପଡି ଯାଇଥିଲା । ଉଦ୍ଧାର ପରେ ଷଣ୍ଢର ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ସ୍ଥାନୀୟ ଲୋକେ ତାର ସେବା ଯତ୍ନ କରୁଛନ୍ତି .