ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳା ବିଧାୟକଙ୍କ ଉଦ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ଏସି । ଗରମ ଦାଉରୁ ରୋଗୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ସାରା ରାଜ୍ୟ ଗ୍ରୀଷ୍ମ ପ୍ରବାହର ପ୍ରକୋପରେ ଆଉଟପାଉଟ ହେଉଥିବା ବେଳେ ଗଜପତି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଅବସ୍ଥା କହିଲେ ନସରେ । ଓ୍ବାର୍ଡ ଗୁଡିକରେ ଏସି ନଥିବାରୁ ଗରମରେ ବହୁ କଷ୍ଟ ଭୋଗୁଥିଲେ ରୋଗୀ । ଏପରି ସମୟରେ ରୋଗୀଙ୍କ ଅବସ୍ଥା ବୁଝିବାକୁ ହସ୍ପିଟାଲରେ ପହଞ୍ଚିଥିଲେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ , ରୋଗୀଙ୍କ ଦୁଃଖକୁ ହୃଦୟଙ୍ଗମ କରିଥିଲେ ବିଧାୟକ । ବାରମ୍ବାର ହସ୍ପିଟାଲ ଗସ୍ତ କରି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ହସପିଟାଲ ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗ ସହ ଆଲୋଚନା କରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଓ୍ବାର୍ଡରେ ଏସି ଲଗେଇବା ବ୍ୟବସ୍ଥା କରିଛନ୍ତି । ଫଳରେ ଗରମ ଦାଉରୁ ରୋଗୀଙ୍କୁ ସାମାନ୍ୟ ତ୍ରାହି ମିଳିଛି । ସମସ୍ୟା ନେଇ ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ହୋଇ ପାରି ନଥିଲା ଏସି ଲଗେଇବା ବ୍ୟବସ୍ଥା । ଅର୍ଥ ମଞ୍ଜୁର ହୋଇନଥିବାରୁ ଏହା ହୋଇ ପାରିନଥିବା ବେଳେ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ବିଧାୟକ । ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ଓ୍ବାର୍ଡରେ ଏସି ଲାଗିବା ଫଳରେ ବର୍ତ୍ତମାନ ଆଶ୍ବସ୍ତ ମିଳିଥିବା କହିଛନ୍ତି ରୋଗୀ ଓ ରୋଗୀ ଙ୍କ ସମ୍ପର୍କୀୟ । ବିଧାୟକ ନିଜେ ଏହାର ଦାୟିତ୍ୱ ନେଇ ଏହାର ସମାଧାନ କରିଥିବାରୁ ବିଧାୟକଙ୍କୁ ସାଧୁବାଦ ଜଣାଉଛି ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ।
ପାରଳା ବିଧାୟକଙ୍କ ଉଦ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ଏସି !!!

