ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦୀପ ପୌରାଧକ୍ଷ ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ ଘଟଣା ର ପର୍ଦ୍ଦା ଫାସ୍ , ୩ ଅଭିଯୁକ୍ତ ଗିରଫ l ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ଙ୍କ ଘର ଉପରକୁ ଗତ ୩୦ ତାରିଖରେ ହୋଇଥିବା ପେଟ୍ରୋଲ ବୋତଲ ବୋମା ମାଡ କୁ ନେଇ ପାରାଦୀପ ଆଦର୍ଶ ଥାନା ଅଧିକାରୀ , ପାରାଦୀପ ଆଡିସିନାଲ ଆରକ୍ଷୀ ଅଧିକ୍ଷକ ଓ ଜଗତତ୍ସିଂହପୁର ଜିଲ୍ଲା ଏସ୍ପି ଅଙ୍କିତ କୁମାର ବର୍ମାଙ୍କ ତତ୍ତ୍ୱାବଧାନରେ ଦୀର୍ଘ ତିନି ଦିନ ଧରି ଚାଲିଥିବା ସର୍ଚ୍ଚ ଅପରେସନ ରେ ଆଜି ଚାରି ଜଣ ଅଭିଯୁକ୍ତ ଙ୍କ ନାମ ପୋଲିସ ଘୋଷଣା କରିବା ସହ ୩ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି l ଏହି ପେଟ୍ରୋଲ ବୋତଲ ବୋମା ମାଡ଼ରେ ୪ ଜଣ ଅଭିଯୁକ୍ତ ଥିବା ବେଳେ ମୁଖ୍ୟ ଅପରାଧୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ଫେରାର ଅଛି l ଅନ୍ୟ ତିନି ଅଭିଯୁକ୍ତ ତ୍ରିଲୋଚନ ପରିଡା ଓରଫ୍ ଟୁଲୁ , ସୌମ୍ୟ ରଞ୍ଜନ ପଲେଇ ଓରଫ ହାପି ଓ ସିଦ୍ଧାନ୍ତ ବିଶ୍ୱାଳ ଓରଫ ହନୁଆ ଘଟଣା ଦିନ ଏକ ନାଲି କଲର ବାଇକ୍ ରେ ଆସିଥିବା ବେଳେ ସମସ୍ତେ ହେଲମେଟ୍ ପିନ୍ଧିଥିବା ଜଣା ଯାଇଛି l ଏହି ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ ନାଲି କଲର ବାଇକ୍ ମଧ୍ୟ ଜବତ କରାଯାଇଛି l ଏଥିରେ ମୁଖ୍ୟ ଆସାମୀ ଜ୍ୟୋତିକାନ୍ତ ପରିଡ଼ା ଫେରାଇ ଥିବା ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି l ପାରାଦୀପ ପୌର ପରିଷଦ କାର୍ଯ୍ୟକୁ ନେଇ ହେଉଥିବା ଟେଣ୍ଡର ପ୍ରକ୍ରିୟାରେ ଅଭିଯୁକ୍ତ ଅସନ୍ତୁଷ୍ଟ ଥିବା ନେଇ ଏଭଳି କାର୍ଯ୍ୟ ଭିଆଇ ଥିବା ପୋଲିସ ଜାଣିବାକୁ ପାଇଛି l
ପେଟ୍ରୋଲ ବୋମା ମାଡ ଘଟଣାର ପର୍ଦ୍ଦାଫାସ୍ : ୩ ଅଭିଯୁକ୍ତ ଗିରଫ !!!

