ଓଡିଶା ପତ୍ରକାର ସଂଘର ୧୩ ତମ ବାର୍ଷିକ ଉତ୍ସବ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ସମ୍ବାଦପତ୍ର ପତ୍ର ଅବହେଳିତ ଲୋକଙ୍କ ସ୍ୱର ହେଉ , ସମ୍ବାଦପତ୍ର ତଥା ସାମ୍ବାଦିକ ଚାହିଁଲେ ସମାଜର ଅନେକ କିଛି ପରିବର୍ତନ ହୋଇପାରିବ । ମହାତ୍ମାଗାନ୍ଧି ସାମ୍ବାଦିକତା ମାଧ୍ୟମରେ ଦେଶବାସିଙ୍କୁ ଏକାଠି କରିବାରେ ସକ୍ଷମ ହୋଇଥିଲେ । ଗଣତନ୍ତ୍ର ପ୍ରତି ଦୃଷ୍ଟି ଦେଇ ଗଣମାଧ୍ୟମ ର ପ୍ରତିନିଧି କାର୍ଯ୍ୟକରିବା ଆବଶ୍ୟକ । ଏହା ଦ୍ୱାରା ଅବହେଳିତ ଲୋକେ ନ୍ୟାୟ ପାଇ ପାରିବେ ବୋଲି ପୁର୍ବତନ ଉପବାଚସ୍ପତି ତଥା କୃଷି ଓ କୃଷକ କଲ୍ୟାଣ ବିଭାଗ ଉପଦେଷ୍ଟା ଡ. ରାମଚନ୍ଦ୍ର ପଣ୍ଡା ମତ ବ୍ୟକ୍ତ କରିଛନ୍ତି । ରବିବାର ରାୟଗଡା ସ୍ଥିତ ଲାୟନ୍ସ କ୍ଲବ ସମ୍ମିଳନୀ କକ୍ଷରେ ଓଡିଶା ପତ୍ରକାର ସଂଘର ୧୩ ତମ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ପଣ୍ଡା କହିଥିଲେ ଯେ ସାମ୍ବାଦିକ ମାନେ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରୁଛନ୍ତି । ଅନେକ କ୍ଷେତ୍ରରେ ସେମାନେ ଅବହେଳିତ ହେବା ସହ ସଠିକ ଖବର ପରିବେଷଣ କରି ରୋଷର ଶିକାର ହେଉଛନ୍ତି । ସେମାନଙ୍କ ସୁରକ୍ଷା ଲାଗି ସରକାର ଚିନ୍ତା କରୁଥିବା ବେଳେ ସ୍ୱାସ୍ଥ୍ୟ ବିମା ୨ ଲକ୍ଷରୁ ୫ ଲକ୍ଷ କରିବା ଲାଗି ବିଚାର ବିମର୍ଷ ଚାଲିଛି । ତେବେ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବିମାରାଶି ୫ ଲକ୍ଷ କରିବା ପାଇଁ ମୁ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ଡ.ପଣ୍ଡା କହିଥିଲେ । ସଙ୍ଘର ରାଜ୍ୟ ସଭାପତି ଅବିନାଶ ମିଶ୍ରଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ସାଧାରଣ ସଂପାଦକ ରାମଦାସ ଲିମା ସ୍ୱାଗତ ଭାଷଣ ସହିତ ସଂପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ ଦାଶ ଯୋଗଦେଇ ସଂବାଦପତ୍ର କୁ ଶିଲ୍ପ ମାନ୍ୟତା ପ୍ରଦାନ ସହ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବିମା ରାଶି ୫ ଲକ୍ଷ ଟଙ୍କା କରିବାକୁ ଦାବି କରିଥିଲେ । ସମ୍ମାନିତ ଅତିଥି ଭାବେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗ ଦେଇ ସାମ୍ବାଦିକ ମାନେ ସମୁହ ସ୍ୱାର୍ଥକୁ ଗୁରୁତ୍ୱ ଦେବା ସହ ସତ୍ୟ ଓ ତଥ୍ୟ ଭିତିକ ସମ୍ବାଦ ପରିବେଷଣ କଲେ ସମାଜର ଉନ୍ନତି ହେବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଲୋକଙ୍କ ମୌଳିକ ଅଧିକାର ସମ୍ବାଦ ପତ୍ରରେ ସ୍ଥାନ ଦେବା ସହିତ ସରକାରଙ୍କ ବିକାଶ କାର୍ଯ୍ୟ ଓ ଯୋଜନା ସମ୍ବାଦ ପତ୍ରରେ ସ୍ଥାନିତ କରିବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ କହି ଥିଲେ ଯେ ନେତୃତ୍ୱ ସୁଦୃଢ ହେଲେ ସଂଘଟନ ଆଗକୁ ବଢିବ । ସାମ୍ବାଦିକ ବ୍ୟକ୍ତି କେନ୍ଦ୍ରିତ ଖବର ପରିବେଷଣ ନକରି ସାମୁହିକ କାର୍ଯ୍ୟ ଲାଗି ଆଗକୁ ବଢିବା ଉଚିତ । ସଙ୍ଘର ରାଜ୍ୟ ଉପସଭାପତି ହର ପ୍ରସାଦ ଦାସଙ୍କ ସଂଯୋଜନାରେ ଅନୁଷ୍ଟିତ ସଭାରେ ସଭାପତି ଶ୍ରୀ ମିଶ୍ର ସାମ୍ବାଦିକ ଙ୍କ ବିଭିନ୍ନ ଅଭାବ ଅସୁବିଧା ଓ ସମସ୍ୟା ଉପରେ ଆଲୋକ ପାତ କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସାମ୍ବାଦିକ,ପ୍ରଶାସକ ଓ ଶିକ୍ଷାବିତଙ୍କୁ ସମ୍ମାନିତ କରାଯାଇଥିଲା । ମଞ୍ଚରେ ରାୟଗଡା ଜିଲ୍ଲା ସଭାପତି ରଘୁନାଥ ଖାମ୍ବା ମଞ୍ଚାସିନ ଥିଲେ । ଶେଷରେ ରାଜ୍ୟ ଉପସଭାପତି ସୁରେଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *