ବାଣପୁର ରେ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜୟନ୍ତୀ ଓ ମାତୃନିଳୟର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ମାଟିଆ ପୋଖରୀ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃନିଳୟର ବାର୍ଷିକ ଉତ୍ସବ ଓ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମାତୃନିଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ଦାସ ସଭାପତିତ୍ୱ କରିଥିଲେ । ମୂଖ୍ୟ ଅତିଥି ଭାବରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ , ସମ୍ମାନୀତ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ମୂଖ୍ୟବକ୍ତା ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ଓ ଅବସରପ୍ରାପ୍ତ ପ୍ରଫେସର ରମାକାନ୍ତ ନନ୍ଦ ଉପସ୍ଥିତ ଥିଲେ । ଏହି ଉତ୍ସବକୁ ଅଧିକ ସରସ ସୁନ୍ଦର ମନମୁଗ୍ଧକର କରିଥିଲେ ବିଦ୍ୟାଳୟର ସମସ୍ତ ଅପା ଓ ଭାଇ ମାନେ । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଏକ ଆଦର୍ଶ ଓ ମନୋରମ ପରିବେଶ ଭିତରେ ଅବସ୍ଥିତ । ଏଠାରେ ବହୁ ଦୂର ଦୂରାନ୍ତରୁ ପିଲା ମାନେ ଆସି ଛାତ୍ରାବାସରେ ରହି ଉନ୍ନତ ମାନର ଶିକ୍ଷାଲାଭ କରନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ଦାସ ଜଣେ ଦରଦି ମିଷ୍ଠଭାଷି ପରୋପକାରି ସମାଜ ସେବୀ ! ଛାତ୍ରଛାତ୍ରୀ ମାନଙ୍କୁ ଅତି ଆପଣାର ଭଳି ଶିକ୍ଷାଦାନ କରାନ୍ତି । କାର୍ଯ୍ୟକ୍ରମ ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *