ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସୁଧୁରୁ ନାହାନ୍ତି ବାଙ୍କୀ ବିଧାୟକ ! ନିର୍ବାଚନ ମଣ୍ଡଳୀର ଗାଁ ନାଁ ସବୁକୁ ବାରମ୍ବାର ଭୁଲ ଲେଖି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି ! ଆଗରୁ ଏ ଘଟଣାକୁ ନେଇ ଆମେ ମଧ୍ୟ ଖବର ପ୍ରସାରଣ କରିଥିଲୁ , ଅନେକ ଆଲୋଚନା ସମାଲୋଚନା ମଧ୍ୟ ହୋଇଥିଲା ! ହେଲେ ପୁଣି ସେଇ ଦୋଷ ! 5G ଯୁଗରେ 5T ସରକାର ର ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ! କର୍ମ ବ୍ୟସ୍ତତା ଭିତରେ ଥାଇବି ସାମାଜିକ ଗଣମାଧ୍ୟମରେ ବେଶ ସକ୍ରିୟ ! ସରକାରଙ୍କର ଯୋଜନା ଠାରୁ ଆରମ୍ଭ କରି ମହାପୁରୁଷଙ୍କ ଜନ୍ମ , ପୂଣ୍ୟତିଥି ପର୍ଯ୍ୟନ୍ତ ସବୁ ଉପରେ ପୋଷ୍ଟ କରିଥାନ୍ତି ! ହେଲେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗ୍ରାମର ନାମକୁ ତ୍ରୁଟିପୂର୍ଣ୍ଣ ଲେଖିବା ତାଙ୍କର ପୁରୁଣା ଅଭ୍ୟାସ ! ଏ ପ୍ରସଙ୍ଗ ଉପରେ ପ୍ରଥମେ ଖବର କରିବା ପରେ ତାଙ୍କର କିଛି ଅନୁଗତ କହିଲେ – ସିଏ କଣ ନିଜେ ଏସବୁ କରୁଥିବେ , ସେଥିପାଇଁ ଲୋକ ରଖିଥିବେ ନା ! ହେଇପାରେ ଏକଥା ସତ , ପ୍ରଚାର ପ୍ରସାର ପାଇଁ ତ ନେତା ମାନେ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି , ବାଙ୍କୀ ବିଧାୟକ ସାମାଜିକ ଗଣମାଧ୍ୟମ ପରିଚାଳନା ପାଇଁ ଲୋକ ରଖିବାରେ ଅସୁବିଧା କଣ ! କିନ୍ତୁ ଆମ ପ୍ରଶ୍ନ ହେଲା , ନିଜେ ଲେଖୁନାହାନ୍ତି ବୋଲି କଣ , ନିଜ ପୋଷ୍ଟ ନିଜେ ପଢ଼ୁବି ନାହାନ୍ତି ! ତେବେ ତ୍ରୁଟି କୁ ଏଡିଟ କରିବାରେ ସୁବିଧା କେଉଁଠି ! ଆଉ ତାର ଉତ୍ତର ମିଳିଲାନି ! ଛାଡ ସେକଥା , ନେତାଙ୍କ ପାଇଁ ତ ଅନୁଗତ ଜୀବନ ଦେବେ , ସାମ୍ବାଦିକ ସହିତ ଯୁକ୍ତି କରିବା କଣ ଟା ଅଧିକ ! ତେବେ ସିଧା ଭାବରେ କହିଲେ – ଏହା ହେଉଛି ବର୍ଣ୍ଣବୋଧରୁ ଆନ !