ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଆରୀବା ଗ୍ରାମର ସତ୍ୟସାଇ ଜଳ ବିଭାଜିକା ସର୍ବୋତ୍ତମ ଜଳ ବିଭାଜିକା ଭାବେ ପୁରସ୍କୃତ ହୋଇଛି । ରାଜ୍ୟ ସ୍ତରୀୟ କୃଷି ମହୋତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ପକ୍ଷରୁ ସମ୍ମାନୀତ କରାଯାଇଛି ସତ୍ୟ ସାଇ ଜଳ ବିଭାଜିକାର ସଭାପତି ଏବଂ ସମ୍ପାଦକଙ୍କୁ . ଗଜପତି ଜିଲ୍ଲାର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ ଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି । ରାଜ୍ୟର ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଶାସନ ସଚିବ ମାନ୍ୟବର କୃଷି ମନ୍ତ୍ରୀ ପ୍ରମୁଖ ସତ୍ୟ ସାଇ ଜଳ ବିଭାଜିକାକୁ ସର୍ବୋତ୍ତମ ଜଳ ବିଭାଜିକା ଭାବରେ ସମ୍ମାନୀତ କରିଥିଲେ . ରାଜ୍ୟ ସ୍ତରୀୟ କୃଷି ମହୋତ୍ସବରେ ସତ୍ୟ ସାଇ କ୍ଷୁଦ୍ର ଜଳ ବିଭାଜିକା ପୁରସ୍କୃତ ହୋଇଥିବା ରୁ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛି ।
ସତ୍ୟ ସାଇ ଜଳ ବିଭାଜିକା ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଅଞ୍ଚଳର ବିକାଶ ହୋଇପାରିଛି । ଗଜପତି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ତତ୍ୱାବଧାନରେ ସତ୍ୟ ସାଇ ଜଳ ବିଭାଜିକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଲାଇଭ ହୁଡ଼ ପ୍ରୋଜେକ୍ଟ ହାତକୁ ନେଇ ଅଞ୍ଚଳର ବିକାଶ ହୋଇ ପାରିଛି । ସ୍ଥାନୀୟ ଅଞ୍ଚଳର ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ହୋଇ ପାରିଛି । ସମାଜର ମୁଖ୍ୟ ସ୍ରୋତରେ ଅଞ୍ଚଳ ବାସୀ ପହଞ୍ଚି ପାରିଛନ୍ତି । ଅଣସେଚିତ ଜମିକୁ ବିଭିନ୍ନ ସ୍ରୋତରୁ ଆସୁଥିବା ଜଳ କୁ ସଂରକ୍ଷିତ କରି କେନାଲ ଓ ଚେକଡ୍ୟାମ ଜରିଆରେ ଜଳ ସେଚିତ ହୋଇ ପାରିଛି । ଚାଷୀମାନେ ରବି ଓ ଖରିଫ ୠତୁରେ ଧାନ ଓ ପନିପରିବା ଚାଷ କରି ପାରିଛନ୍ତି । ଏହି ପ୍ରକଳ୍ପ ଜିଲ୍ଲାର ଅନ୍ୟ ଅଞ୍ଚଳ ପାଲଟିଛି ଉଦାହରଣ .