ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଜଣେ ବୃଦ୍ଧ ବିଷ ପାନ କରି ଆତ୍ମହତ୍ୟା କରିଥିବା ଜଣାଯାଇଛି । ମୃତ ବୃଦ୍ଧ ଜଣକ ହେଲେ ବାଣପୁର ବିଂଝଳା ଗ୍ରାମର ଗୋଲି ଭାରିମଲ୍ଲ (୭୦) । ଗୋଲି ବୁଧବାର ମଧ୍ୟାହ୍ନରେ ନିଜ ଘରେ ବିଷ ପିଇ ଦେଇଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ଜାଣି ଟାଙ୍ଗୀ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ ପହଞ୍ଚି ଶବ ଜବତ କରି ବ୍ୟବଛେଦ ଲାଗି ପଠାଇବା ସହ ବାଣପୁର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ।
ବାଣପୁର ଥାନା ଅଞ୍ଚଳରେ ବିଷ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା !!!

