ନୟାଗଡ଼ ଗୁଳିକାଣ୍ଡ ଘଟଣାରେ ୩ ଅଭିଯୁକ୍ତ ଗିରଫ : ଏ ଯାଏଁ ଧରା ପଡିନି ମୁଖ୍ୟ ଅଭିଯୁକ୍ତ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କୃଷ୍ଣପ୍ରସାଦରେ ଗତ ୧୯ ତାରିଖରେ ଜମିବାଡି ବିବାଦରୁ ହୋଇଥିବା ହୋଇଥିବା ଗୁଳିକାଣ୍ଡ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ନୟାଗଡ଼ ଏସପି । ପୂର୍ବରୁ ଗାଁ ର ବାସୁଦେବ ନାୟକ ଏବଂ ସୁବାସ ନାୟକଙ୍କ ପରିବାର ମଧ୍ୟରେ ଜମିବାଡିକୁ ନେଇ ବିବାଦ ରହିଥିଲା । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ପ୍ରଥମେ ବଚସା ପରେ ସଙ୍ଘର୍ଷ ଘଟିଥିଲା । ଘଟଣା ସ୍ଥଳରେ ବାସୁଦେବଙ୍କ ଗୁଳିମାଡରେ ଅନିରୁଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଉଭୟ ପକ୍ଷର ୫ ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଅନିରୁଦ୍ଧଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଅନ୍ୟ ସମସ୍ତେ ଚିକିତ୍ସିତ ହେଉଥିବା ବେଳେ ଆଜି ଉକ୍ତ ଘଟଣାରେ ନିବାସୀ ନାୟକ, ସାନ୍ତନୁ ନାୟକ ଏବଂ ତାରେଶ୍ବର ନାୟକଙ୍କୁ ପୋଲିସ ଗିରଫ କରିଛି ! ସେମାନଙ୍କ ଠାରୁ ଘଟଣାସ୍ଥଳରୁ ଜବତ ହୋଇଥିବା ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଠେଙ୍ଗା ଓ ଗୋଟିଏ ଦା’ କୁ ପଲିସ ଦେଖାଇଛି । ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାସୁଦେବ ଫେରାର ହେବାର ୩ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କୁ ଗିରଫ କରାଯିବାରେ ପୋଲିସର ବିଫଳତାକୁ ନେଇ ଆଲୋଚନା ଜୋର ଧରିଥିବା ବେଳେ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ସହ ଅଭିଯୁକ୍ତକୁ ଗିରଫ କରିବାରେ ଏହା ପୋଲିସର କି ବାହାଦୂରୀ ଅଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *