ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଡିଏଭି ଗୁରୁକୁଳ ବାଲୁଗାଁ ତରଫରୁ ଆୟୋଜିତ ହୋଇଥିବା ତିନି ଦିନିଆ ବିଜ୍ଞାନ ମେଳାର ଆଜି ପ୍ରଥମ ଦିନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଚିଲିକା ବ୍ଲକ ଏବିଓ ବୈକୁଣ୍ଠନାଥ ପାଇକରାୟ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ମାନେ ଜାତୀୟ ଗଣିତ ଦିବସ ଓ ଶ୍ରୀ ରାମାଜୁନଙ୍କ ଜନ୍ମ ଦିନ ଉପଲକ୍ଷେ ବାର୍ତ୍ତାଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବରେ ସରସ୍ଵତୀ ବିଦ୍ୟାମନ୍ଦିର ଗୋପାଳପୁର ପ୍ରତିଷ୍ଠାତା ରବି ନାରାୟଣ ଦାସ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତ ବିଦ୍ୟା ବିଷୟରେ ଉଦବୋଧନ ଦେବା ସହ ଡିଏଭି ଗୁରୁକୁଳ ବାଲୁଗାଁ ର ପତିଷ୍ଟାତା ପ୍ରଶାନ୍ତ କୁମାର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ଶିକ୍ଷା ନିର୍ଦ୍ଦେଶକ ଜୈତି ପ୍ରକାଶ ତ୍ରିପାଠୀ ଏବଂ ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ଦାସ ଯୋଗ ଦେଇଥିଲେ । ଉକ୍ତ ସଭାକୁ ବିଦ୍ୟାଳୟର ଅଧ୍ୟକ୍ଷା ମୀତା ମହାପାତ୍ର ପରିଚାଳନା କରିଥିଲେ । ଉକ୍ତ ସମାରୋହରେ ଡିଏଭି ଗୁରୁକୁଳ ବାଲୁଗାଁର ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ସମେତ ନିକଟସ୍ଥ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ । ସର୍ବଶେଷରେ ବିଦ୍ୟାଳୟର ଅଧ୍ୟକ୍ଷା ମୀତା ମହାପାତ୍ର ବିଦ୍ୟାଳୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ଡିଏଭି ଗୁରୁକୁଳ ବାଲୁଗାଁ ତରଫରୁ ତିନି ଦିନିଆ ବିଜ୍ଞାନ ମେଳା ଆୟୋଜିତ !!!

