ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ଼ ତହସିଲ କାର୍ଯ୍ୟାଳୟରେ ନାଜର ଦ୍ୱିତ୍ୱରେ ଥିବା କନିଷ୍ଠ କିରାଣୀଙ୍କର ମୃତ୍ୟୁ ହୋଇଥିଲେ ହେଁ ତାହା ସନ୍ଦେହ ଘେରରେ ରହିଛି । ଘଟଣାରୁ ଜଣା ପଡିଛି ଯେ ତହସିଲ କାର୍ଯ୍ୟାଳୟରେ ନାଜର ଭାବେ କାର୍ଯ୍ୟ କରୁଥିବା ଜ୍ଞାନ ରଞ୍ଜନ ସାମନ୍ତରାୟ (୩୫) ଙ୍କର ନିଜ ଗ୍ରାମ ବୋଲଗଡ଼ ବ୍ଲକ କଳାଙ୍ଗ ଗ୍ରାମରେ । ପିତାଙ୍କ ମୃତ୍ୟୁ ପରେ ୱାରସସୂତ୍ର ଯୋଜନା ମୁତାବକ ସେ ଦୀର୍ଘ ୭ / ୮ବର୍ଷ ହେବ ବୋଲଗଡ଼ ତହସିଲ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରେ ଯୋଗଦେଇ ପରେ ନାଜର ଭାବେ ଦାୟିତ୍ୱ ତୁଲାଉଥିଲେ । ସ୍ବର୍ଗତ ସାମନ୍ତରାୟ ୧୧ ଡିସେମ୍ବର ୨୦୧୩ ଫତେଗଡ଼ ଥାନା ଭାପୁର ବ୍ଲକ ଅନ୍ତର୍ଗତ ବାଇଗୁଣିଆ ଗ୍ରାମର ଲକ୍ଷ୍ମୀଧର ମହାରଣାଙ୍କ ଝିଅ ଉର୍ମିଳା ମହାରଣାଙ୍କୁ ରୀତିରେ ବିବାହ କରିଥିଲେ । ତେବେ ପରେ ପାରିବାରିକ କଳହକୁ କେନ୍ଦ୍ର କରି ଧର୍ମପତ୍ନୀ ଉର୍ମିଳାଙ୍କୁ ବାପଘର ବାଇଗୁଣିଆ ଗ୍ରାମକୁ ଛାଡି ଦେଇଥିଲେ । ତେବେ ସ୍ବର୍ଗତ ସାମନ୍ତରାୟଙ୍କର ଜୈନେକ ବିବାହିତ ମହିଳା ଛଦ୍ମନାମ(ମୀତା)ଙ୍କ ସହ ଅନୈତିକ ସମ୍ପର୍କ ଦୀର୍ଘ ଦିନ ହେବ ରହିଥିବାର ଧର୍ମ ପତ୍ନୀ ଉର୍ମିଳା ସୂଚନା ଦେଇଛନ୍ତି । ସ୍ବର୍ଗତ ସାମନ୍ତରାୟଙ୍କ ଗାଁ ହାଇସ୍କୁଲ ପଛପଟ ପ୍ରାନ୍ତରରେ ଏକ ଫାର୍ମ ହାଉସ ରହିଅଛି । ଯାହାକି ବିବାହିତ ପତ୍ନୀ ଉର୍ମିଳା ମହାରଣା ବିବାହ ପରେ ସାମନ୍ତରାୟଙ୍କ ନାମରେ ରେକର୍ଡ ରହିଅଛି । ସବୁଦିନ ପରି ଗୁରୁବାର ରାତ୍ରୀ ଭୋଜନ ଘରୁ ମା’ଙ୍କ ଠାରୁ ନେଇ ଫାର୍ମ ହାଉସକୁ ଯାଇଥିଲେ । ତେବେ ସେହି ରାତ୍ରୀର ସନ୍ଧ୍ୟାରେ ସେ ବିଷାଦ ଗ୍ରସ୍ତ କିମ୍ବା କୌଣସି ଚାପରେ ନଥିଲେ ବୋଲି ମା ସାଧାରଣରେ ସଫେଇ ଦେଇଛନ୍ତି । ଛଦ୍ମନାମ୍ନୀ ମହିଳାଙ୍କ ସହାୟତରେ ଫାର୍ମ ହାଉସ ନିମନ୍ତେ ଋଣ କରିଥିଲେ । ଋଣ ଚିନ୍ତା ଗ୍ରସ୍ତ ଥାଇ ଅନେକ ସମୟରେ ନାଜର ସାମନ୍ତରାୟ ଫାର୍ମ ହାଉସଟିକୁ ସମ୍ପୃକ୍ତ ଛଦ୍ମନାମ୍ନୀ ମହିଳା ମୀତାଙ୍କ ନାମରେ ରେକର୍ଡ କରିବାକୁ ନିଜ ଧର୍ମପତ୍ନୀ ଉର୍ମିଳାଙ୍କ ଉପରେ ଚାପ ପକାଇ ଆସୁଥିଲେ । ମାତ୍ର ପତ୍ନୀ ଉର୍ମିଳା ଛଦ୍ମନାମ୍ନୀ ମୀତାଙ୍କ ନାମରେ ଉକ୍ତ ଫାର୍ମ ହାଉସ ରେକର୍ଡ କରିବେ ନାହଁ ବୋଲି ଅନେକବାର ସ୍ୱାମୀ ସାମନ୍ତରାୟଙ୍କୁ ରୋକଠୋକ ନାସ୍ତିକ ବାଣୀ ଶୁଣାଉଥିଲେ । ଶୁକ୍ରବାର ସକାଳୁ ଫାର୍ମରେ କାମ କରିବାକୁ ଲୋକ ଯାଇ ଦେଖିବାକୁ ପାଇଲେ ଯେ ନାଜର ସାମନ୍ତରାୟ ଅକ୍ଷତ ଅବସ୍ଥାରେ ଫାର୍ମ ହାଉସ ଘରର ଚଟାଣ ପରେ ମରି ପଡିଛନ୍ତି । ପରେ ଶ୍ରମିକ ତତକ୍ଷଣାତ ଖବର ଦେବାରୁ ପରିବାର ସହ ଗ୍ରାମର କିଛି ଲୋକ ଘଟଣା ସ୍ଥଳକୁ ଯାଇଥିଲେ । ପରେ ଖବର ପାଇ ତହସିଲଦାର, ଅତିରିକ୍ତ ତହସିଲଦାର, ଥାନା ଅଧିକାରୀ ଓ ଗୋବର୍ଦ୍ଧନପୁର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରି ଫେରି ଆସିଛନ୍ତି । ଉକ୍ତ ଫାର୍ମ ଘରେ ସିସି ଟିଭି ଥିବାରେ ଏହାର ଫୁଟେଜ ଓ ମୃତକଙ୍କ ମୋବାଇଲରେ ଗତ ରାତ୍ରିରେ କେଉଁ କେଉଁ ବ୍ୟକ୍ତି ମାନଙ୍କ ସହିତ ହୋଇଥିବା ବାର୍ତ୍ତାଳାପର ସମସ୍ତ ରେକର୍ଡ଼ିଂ ଇତ୍ୟାଦିକୁ ଏକ ସାଇଣ୍ଟିଫିକ ଟିମ ତଦନ୍ତ କରି ଫେରିଛି । ପରେ ତାଙ୍କ ମରଶରୀରକୁ ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସଳୟକୁ ପଠାଯାଇଛି । ଏହା ସୁଚିନ୍ତିତ ହତ୍ୟା ନା ଚାପଗ୍ରସ୍ତ ଥାଇ ଆତ୍ମହତ୍ୟା ସାଧାରଣରେ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହାର ସତ୍ୟାସତ୍ୟ ଉପରୁ ପରଦା ହଟିବ ବୋଲି ସ୍ଥାନୀୟ ବାସୀଙ୍କ ଠାରୁ ସୂଚନା ମିଳିଛି ।
ସନ୍ଦେହ ଘେରରେ ତହସିଲ ନାଜରଙ୍କ ମୃତ୍ୟୁ ଘଟଣା !!!

