ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ସୁନ୍ଦରପୁର ରେଳ ଫାଟକ ନିକଟରୁ ବନ ବିଭାଗର କର୍ମଚାରୀ ଦୁଇଟି ମୃତ ପକ୍ଷୀ ଜବତ କରିବା ସହିତ ଜଣକୁ ଗିରଫ କରିଛନ୍ତି । ଖବରରୁ ପ୍ରକାଶ ଯେ ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳାଯୋଡ଼ି ଗ୍ରାମର ଅଶୋକ ବେହେରା ( ବୟସ ୨୮ବର୍ଷ )ପିତାଙ୍କ ନାମ ରବିନ୍ଦ୍ର ବେହେରା ଦୁଇଟି ସ୍ପଟ୍ ବିଲ୍ ଡକ୍ ମୃତ ପକ୍ଷୀ ନେଇ ଆସୁଥିବା ବେଳେ ସୁନ୍ଦରପୁର ରେଳ ଫାଟକ ନିକଟରୁ ବନପାଳ ସୁଜିତ୍ ବେହେରା ଓ ବନରକ୍ଷୀ ଆଲୋକ ବେହେରା ତାଙ୍କୁ କବ୍ଜା କରି ଗିରଫ କରିବା ସହିତ ମୃତ ପକ୍ଷୀ ଦୁଇଟିକୁ ଜବତ କରିଛନ୍ତି । ବାରମ୍ଵାର ସଚେତନ କରାଗଲେ ମଧ୍ୟ କିଛି ଅପରାଧୀ କଇଁ ଫୁଲ ମାଢ଼ିରେ ଫୁରାଡନ ବିଷ ପ୍ରୟୋଗ କରି ନିରୀହ ପକ୍ଷୀ ମାନଙ୍କୁ ଶିକାର କରୁଥିବାର ଦେଖିବାକୁ ମିଳୁଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଯଥେଷ୍ଟ ଗୁରୁତ୍ବ ଦେଇ ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ତେବେ ଅଭିଯୁକ୍ତ ଅଶୋକ ବେହେରା କୁ କେଶ୍ ନଂ- ୧୩ ଟି/୨୦୨୨-୨୩ ରେ କୋର୍ଟ ଚାଲାଣ କରାଯାଇଛି ।
ଚିଲିକାରୁ ପକ୍ଷୀ ଶିକାର କରି ଶିକାରୀ ଗିରଫ : ଦୁଇ ମୃତ ପକ୍ଷୀ ଜବତ !!!

