କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଳାପଥର ର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ମାତୃବିହାର ର ଏକାଦଶ ବାର୍ଷିକ କ୍ରୀଡା ଉତ୍ସବ କଳାପଥର ଧଳାପଥର ଉଚ୍ଚ ବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି ! ଅନୁଷ୍ଠାନ ର ସଭାପତି ଧରମୁଧର ଜୁଝାରସିଂହ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବ କୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ, କଟକ ଜିଲ୍ଲା ର ସଭାପତି ଭାବଗ୍ରାହୀ ମହାପାତ୍ର ମାତୃ କେତନ ଉତ୍ତୋଳନ ତଥା ଶ୍ରୀ ଅରବିନ୍ଦ ଏବଂ ଶ୍ରୀମା ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ପୂର୍ବକ ଉଦଘାଟନ କରିଥିଲେ । ଶିକ୍ଷାନୁଷ୍ଠାନ ର ସମ୍ପାଦିକା ଜୟନ୍ତୀ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପଲତା ମହାପାତ୍ର ଉକ୍ତ ଉତ୍ସବ କୁ ପରିଚାଳନା କରିଥିଲେ ଏବଂ ଶିକ୍ଷା କେନ୍ଦ୍ରର ଉପାଧ୍ୟକ୍ଷା କ୍ରିଷ୍ଣାରାଣୀ ମହାପାତ୍ର, ଶିକ୍ଷକ ରଞ୍ଜନ କୁମାର ସାହୁ, ସାଗର ଜେନା, ଶିକ୍ଷୟିତ୍ରୀ ସ୍ବର୍ଣ୍ଣପ୍ରଭା ଦାସ, ମଧୁସ୍ମିତା ଜେନା ଓ ଲକ୍ଷ୍ମୀପ୍ରିୟା ପଣ୍ଡା ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କ କ୍ରୀଡା ପରିଚାଳନା କରିଥିଲେ ।
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ବାର୍ଷିକ କ୍ରୀଡା ପ୍ରତିଯୋଗିତା !!!

