ଲକଡାଉନ ପୂର୍ବରୁ ଆଜି ବଜ଼ାରରେ ପ୍ରବଳ ଭିଡ଼ !!

0
234

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କରୋନା ର ଦ୍ୱିତୀୟ ଲହରୀ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାକୁ ଲାଗିଥିବାରୁ ଓଡିଶା ସରକାରଙ୍କ ଦ୍ୱାରା ଆସନ୍ତା 5 ତାରିଖ ଠାରୁ 19 ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡିଶା ଲକଡାଉନ କଟକଣା ଘୋଷଣା କରାଯାଇଛି । ଏଥିପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯିବା ସହ ନିଜର ସମସ୍ତ କାମ ଏହି ଦୁଇଦିନ ମଧ୍ୟରେ ତୁଟାଇବା ପାଇଁ ବଜାର କୁ ଛୁଟି ଆସିଛନ୍ତି । ଯାହା ଦ୍ୱାରା ଆଜି ଢେଙ୍କାନାଳର ଗଣେଶ ବଜାର ତଥା ଅନ୍ୟ ବଜାର ମାନଙ୍କରେ ପ୍ରବଳ ରୁ ଅତି ପ୍ରବଳ ଭାବେ ଭିଡ଼ ଦେଖା ଯାଇଥିଲା । ସତେ ଯେପରି ଲାଗୁଥିଲା କି ଏହି ଦୁଇ ଦିନ ବ୍ୟତୀତ ଆଉ କେବେ ବୋଧ ହୁଏ ଲୋକଙ୍କ କାମ ଅଧୁରା ରହିଯିବ କି । କିନ୍ତୁ ଜନସାଧାରଣ ଭୁଲି ଯାଇଥିଲେ କରୋନା କଟକଣାର ସାମାଜିକ ଦୁରତା ନିୟମ . ରାଜ୍ୟରେ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯଥେଷ୍ଟ ପରିମାଣର ମହଜୁଦ ଅଛି ବୋଲି ପ୍ରଶାସନ ତରଫରୁ ବାର୍ତ୍ତା ପ୍ରଦାନ କରାଯାଇଥିଲେ ସୁଦ୍ଧା ଲୋକେ ବଜାରରେ ନାହିଁ ନଥିବା ଭିଡ ଜମାଇ ସାମଗ୍ରୀ ବୋହିବାରେ ବ୍ୟସ୍ତ ରହିଥିଲେ ।

LEAVE A REPLY

Please enter your comment!
Please enter your name here