ମେଧାବୃତ୍ତି ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର , ନୟାଗଡ଼ର ବାଜିମାତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ବ୍ଳକର ୫ମ ଓ ୩ୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା – ୨୦୨୨ ର ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ନୟାଗଡ଼ ସାମନ୍ତ ମାର୍ଗ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରି ଏକ ନୂଆ ଇତିହାସ ରଚନା କରିଛି । ବିଦ୍ଯାଳୟର ପଞ୍ଚମ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା ତିନି ଜଣ ଯାକ ଛାତ୍ରଛାତ୍ରୀ ନୟାଗଡ଼ ବ୍ଳକରେ ମେରିଟ୍ ଲିଷ୍ଟରେ ପ୍ରଥମ,ଦ୍ବିତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ସୁଶ୍ରୀ ସଙ୍ଗୀତା ସାଥୁଆ ପ୍ରଥମ, ପ୍ରତ୍ଯୁଷ କୁମାର ନାୟକ ଦ୍ବିତୀୟ ଓ ସୌମ୍ୟରଂଜନ ସ୍ବାଇଁ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ସେହିପରି ୩ୟ ଶ୍ରେଣୀର ତିନି ଜଣ ଶିଶୁ ପରୀକ୍ଷା ଦେଇଥିଲା ବେଳେ ମେରିଟ୍ ତାଲିକାରେ ତିନି ଜଣ ଯାକ ସଫଳତା ହାସଲ କରିଛନ୍ତି । ବିଶ୍ବବିଜିତା ମହାନ୍ତି ନୟାଗଡ଼ ବ୍ଳକରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା ବେଳେ ଆଦ୍ଯାଂଶୀ ପ୍ରଧାନ ୩ୟ ଓ ତପୁନି ବିଶୋଇ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ଏହି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୁସିର ଲହରୀ ଖେଳି ଯାଇଛି । ଏ ସଫଳତା ବିଷୟରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁ କୁହନ୍ତି ଆମ ବିଦ୍ଯାଳୟର ଶିକ୍ଷାଦାନ ପଦ୍ଧତି ନିଆରା । ପ୍ରତି ୨୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗୋଟିଏ ଗୋଟିଏ ବିଭାଗ କରାଯାଏ, ସରକାରୀ ମେଧାବୃତ୍ତି ପରୀକ୍ଷା ପାଇଁ ସ୍ବତନ୍ତ୍ର ଭାବେ ଶିକ୍ଷା ଦାନ ବ୍ଯବସ୍ଥା କରାଯିବା ସହିତ ଅଭିଭାବକ ମାନଙ୍କୁ ଶିଶୁ ମାନଙ୍କର ଦାୟିତ୍ୱ ନେବା ପାଇଁ ନିୟମିତ କାଉନସେଲିଂ କରାଯାଏ । କେବଳ ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା ନୁହେଁ ମାଟ୍ରିକ୍ ପରୀକ୍ଷା, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା, ଏନ୍ ଆର୍ ଟି ଏସ୍ ଆଦି ସମସ୍ତ ପରୀକ୍ଷାରେ ମଧ୍ୟ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ରେଜଲ୍ଟ କରି ଆସୁଛନ୍ତି । ଚଳିତ ବର୍ଷ ବିଦ୍ଯାଳୟର ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ସମସ୍ତ ଗୁରୁମା ଗୁରୁଜୀ ଓ ମେଧାବୃତ୍ତି ପାଇଥିବା ଶିଶୁଙ୍କର ଅଭିଭାବକ ମାନଙ୍କୁ ସଂପାଦକ ଶ୍ରୀଯୁକ୍ତ ସାହୁ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *