ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଆରିକମା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀଙ୍କର ଦ୍ୱିତୀୟ ବନ୍ଧୁମିଳନ ଉତ୍ସବ ଆୟୋଜିତ ! ସ୍ଥାନୀୟ ବନେଶ୍ବରୀଙ୍କ ନିକଟରେ ଥିବା ଭିଭାନ କନଭେନସନ ଗୃହରେ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବଟି ପ୍ରଥମ ବ୍ୟାଚର ଛାତ୍ର ଡକ୍ଟର ସୁଦର୍ଶନ ବେହେରାଙ୍କ ନେତୃତ୍ୱରେ ଅନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ବର୍ଷିଆନ ଅବସର ପ୍ରାପ୍ତ ଶିକ୍ଷକ ଅମରବର ସାହୁଙ୍କ ସଭାପତିତ୍ୱ ରେ ଏହି ଉତ୍ସବଟି ଅନୁଷ୍ଠିତ ହୋଇଥିବା ବେଳେ, ପ୍ରମୋଦ କୁମାର ରାଉତରାୟ , ସରପଞ୍ଚ – ଆରିକମା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ, ବିଦ୍ୟାଳୟ ପ୍ରତିଷ୍ଠାରେ ଉଲେଖନୀୟ ଅବଦାନ ନିମନ୍ତେ, ପୂର୍ବତନ ପ୍ରଧାନ ଶିକ୍ଷକ କୁଳମଣି ହୋତା, ସ୍ବର୍ଗତ ପଦ୍ମନାଭ ରାୟଗୁରୁ, ସ୍ବର୍ଗତ ଲିଙ୍ଗରାଜ ଯତି ଓ ସ୍ବର୍ଗତ ତାରେଶ୍ୱର ହୋତାଙ୍କୁ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ମାନ ପ୍ରଦାନ କରାଯାଇଥିଲା । ଅନ୍ୟ ପକ୍ଷରେ ବିଦ୍ୟାଳୟର ଉନ୍ନତି ନିମନ୍ତେ, ଉଲେଖନୀୟ ଓ ତ୍ୟାଗପୂର୍ଣ ସେବା ଯୋଗାଇ ଏହାକୁ ପରିପୃଷ୍ଟ କରିଥିବାରୁ, ବର୍ତ୍ତମାନର ପ୍ରଧାନ ଶିକ୍ଷକ ଶଙ୍କର ମହାପାତ୍ର ଓ ପୂର୍ବତନ ଦାୟିତ୍ୱ ନିର୍ବାହୀ ପ୍ରଧାନ ଶିକ୍ଷକ, ଯୋଗେଶ ଚନ୍ଦ୍ର ସମନ୍ତସିଂହାରଙ୍କୁ କିମ୍ବଦନ୍ତୀ ଶିକ୍ଷକ ସମ୍ମାନରେ ଭୂଷିତ କରାଯାଇଥିଲା । ଏହି ଉତ୍ସବର, ବିଶେଷ୍ୟତ୍ୱ ଥିଲା ଯେ, ପ୍ରଥମ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କ ମିଳିତ ଯୋଜନା ଅନୁଯାୟୀ, ବିଦ୍ୟାଳୟର ଉତରୋତର ଉନ୍ନତି ପାଇଁ “Panchayat Govt. High-School Alumni Association” (PAGHAA), Arikama ନାମକ ଏକ ସଂଘ ପ୍ରତିଷ୍ଠା ପାଇଁ ମୂଳଦୁଆ ପଡ଼ିଥିଲା । ଆଗାମୀ 2025-26 ବର୍ଷଟି ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ, ଏପରି ଏକ ସଙ୍ଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ଉତ୍ସବରେ ପ୍ରଥମ ବ୍ୟାଚର ଛାତ୍ରଙ୍କ ବ୍ୟତୀତ, ଅନେକ ଛାତ୍ର ଯଥା ସୁବାସ ଚନ୍ଦ୍ର ପଣ୍ଡା, ମାନସ ରଞ୍ଜନ ପଣ୍ଡା, ନଳିନୀ କୁମାର ସାହୁ, ପ୍ରଭାତ କୁମାର ସାହୁ ଓ ପବିତ୍ର କୁମାର ସାହୁ ଇତ୍ୟାଦି ମୋ ବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ ହୋଇ ସଙ୍ଘର ଉଦେଶ୍ୟକୁ ସାକାର କରିବାକୁ ଶପଥ ନେଇଥିଲେ । PAGHAA, ଆରିକମା ର ଆଭିମୁଖ୍ୟ ।
1. ଉଚ୍ଚ ବିଦ୍ୟାଳୟ ରୁ ଉତିଣ୍ଣ ହୋଇଥିବା ସମସ୍ତ ଛାତ୍ର/ଛାତ୍ରୀ ମାନଙ୍କୁ ଏକାଠି କରିବା ଓ ବିଦ୍ୟାଳୟର ଉତ୍ତୋରତର ଉନ୍ନତି ପାଇଁ ଚିନ୍ତା କରିବା।
2. ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପରିଚାଳନା ସମିତି ସହ ଆଲୋଚନା କରି ବିଦ୍ୟାଳୟର ଅତ୍ୟନ୍ତ ଜରୁରୀ ଆବଶ୍ୟକତା ଉପରେ ଅନୁଧ୍ୟାନ କରିବା।
3. ସରକାରଙ୍କ ଦ୍ଵାରା ପ୍ରଚଳିତ ମୋ ସ୍କୁଲ ଯୋଜନାରେ ସାମିଲି ହୋଇ ବିଦ୍ୟାଳୟ ପାଇଁ ପାଣ୍ଠି ଯୋଗାଡ଼ କରିବା ଓ ଏହାକୁ ଜମାକାରୀ ନିର୍ଦିଷ୍ଟ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ସରକାର ଯୋଗାଇ ଦେଉଥିବା ଅର୍ଥକୁ ହାସଲ କରି ଏହାକୁ ସାକାର କରିବା।
4. ବିଦ୍ୟାଳୟର ସ୍ଥାପନା ଦିବସ ପ୍ରତ୍ୟେକ ବର୍ଷ ପାଳନ କରିବା।
5.ବିଦ୍ୟାଳୟରୁ ଉତିଣ୍ଣ ସମସ୍ତ ଛାତ୍ର/ଛାତ୍ରୀ ମାନଙ୍କ କର୍ମ ନିଯୁକ୍ତି ବା ଆତ୍ମ ନିଯୁକ୍ତି ନିମନ୍ତେ ପଦକ୍ଷେପ ନେବା ସହ ଉପଯୁକ୍ତ ବାତା ବରଣ ସୃଷ୍ଟି କରିବା।
6. ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହାତକୁ ନେବା ଇତ୍ୟାଦି।
ସମସ୍ତଙ୍କ ପ୍ରୟାସରେ, “ସ୍ମୃତି ଓ ଅନୁଭୂତି” ନାମକ ଏକ ପତ୍ରିକାର ପ୍ରଥମ ସଂଖ୍ୟା ଏହି ଅବସରରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ବଦାନ୍ୟ ବ୍ୟକ୍ତି ମାନଙ୍କ ଦ୍ଵାରା
ଶୁଭ ଉନ୍ମୋଚନ ହୋଇଥିଲା।
ଆରିକମା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀଙ୍କର ଦ୍ୱିତୀୟ ବନ୍ଧୁମିଳନ ଉତ୍ସବ !!!

