ବାରମ୍ବାର କୋଇଲା ଖଣି ବନ୍ଦ କରି ତାଳଚେର କୁ ଶ୍ରୀହୀନ ନ କରିବାକୁ ଧର୍ମେନ୍ଦ୍ର ଙ୍କ ଅପିଲ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ତାଳଚେର ରେ କୋଇଲା ଖଣି ବାରମ୍ବାର ବନ୍ଦ କରିବା ଦ୍ୱାରା ଦେଶ ଓ ରାଜ୍ୟ ଉଭୟ ଙ୍କର କ୍ଷତି ଘଟୁଛି . ଦେଶର ଅର୍ଥିନୀତି ଉପରେ ପ୍ରଭାବ ପଡୁଛି ତଥା ରାଜ୍ୟ ସରକାର ମଧ୍ୟ ରାଜସ୍ବ ହରାଉଛନ୍ତି, ଶ୍ରମିକ ମାନେ ବେତନ ହରାଉଛନ୍ତି ତଥା ସବୁକ୍ଷେତ୍ରରେ କ୍ଷତି ଘଟୁଛି ବୋଲି କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟୋମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି | ଆନ୍ଦୋଳନ କରିବା, ପ୍ରତିବାଦ କରିବା ଠିକ, ସରକାରୀ ଅଫିସ କିମ୍ବା କୋଇଲା ଖଣି କାର୍ଯ୍ୟାଳୟ ଆଗରେ ବସିବା କିନ୍ତୁ ଦେଶର ତଥା ଜନସାଧାରଣ ଙ୍କର କ୍ଷତି ଘଟିଲା ଭଳି ବାରମ୍ବାର କୋଇଲା ଖଣି ବନ୍ଦ କରି ତାଳଚେର କୁ ଶ୍ରୀହୀନ ନ କରିବାକୁ କେନ୍ଦ୍ରମନ୍ତ୍ରୀ ଅପିଲ କରିଥିଲେ | ତାଳଚେର ରେ ଭଲ କ୍ଷେତ, ଭଲ ହଳିଆ ଦରକାର ବୋଲି ପ୍ରକାଶ କରିଥିଲେ, କେନ୍ଦ୍ର ସରକାର 10 ହଜାର କୋଟି ଟଙ୍କାରେ ଥର୍ମାଲ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ 2018 ମସିହା ରେ ରାଜ୍ୟ ସରକାର ଏନଓସି ନ ଦେବାରୁ ନୂତନ ପ୍ଲାଣ୍ଟ କାର୍ଯ୍ୟ ଚାରିବର୍ଷ ହେଲା ବନ୍ଦ ଅଛି, ଏବେ 2022ମସିହା ରେ ରାଜ୍ୟ ସରକାର ଏନଓସି ଦେଇଛନ୍ତି ଟେଣ୍ଡର ସରିଛି ଖୁବଶୀଘ୍ର ଥର୍ମାଲ ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ ହେବ ସେ ବୋଲି ପ୍ରକାଶ କରିଛନ୍ତି | 13 ହଜାର କୋଟି ଟଙ୍କାରେ ତାଳଚେର ରେ ସାର କାରଖାନା କାର୍ଯ୍ୟ ଚାଲୁ ରହିଛି, ତାଳଚେର ଅନୁଗୁଳ ଲୁପ ଲାଇନ କାର୍ଯ୍ୟ ଚାଲିଛି ଖୁବଶୀଘ୍ର ରେଳମନ୍ତ୍ରୀ ଏବଂ କୋଇଲା ମନ୍ତ୍ରୀ ଙ୍କୁ ତାଳଚେର ଆଣିବା ସହ ତାଳଚେର ବିକାଶ ପାଇଁ ଯାହା ସବୁ କାର୍ଯ୍ୟ କରାଯିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ | ଆଗାମୀ ଦିନରେ ତାଳଚେର ଆଇଟିଆଇକୁ ଏକ ବୃହତ ଶିକ୍ଷାନୁଷ୍ଠାନରେ ପରିଣତ କରାଯିବା ସହ ଏମସିଏଲର ଭୋକେସନାଲ ଟ୍ରେନିଂ ସେଣ୍ଟରକୁ ସ୍କିଲ ଡେଭଲପମେଂଟ୍ ସେଣ୍ଟରରେ ବିକଶିତ କରାଯିବ । ଏହା ଦ୍ୱାରା କେବଳ କର୍ମଚାରୀ ନୁହେଁ ବରଂ ବିସ୍ଥାପିତ, ଯୁବକ ଯୁବତୀ, ମହିଳା ମାନେ ପ୍ରଶିକ୍ଷଣ ପାଇ ରୋଜଗାର କରିବା ସହ ସ୍ୱାବଲମ୍ବୀ ହୋଇ ପାରିବେ ।ତାଳଚେର ରେ ଆଜି ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ର ଉଦଘାଟନ ସହ ଯେତେଶୀଘ୍ର ରାଜ୍ୟ ସରକାର ପୁରୁଣା ଯୁବରାଜ ହାଇସ୍କୁଲ ଠାରେ କିମ୍ବା ସେହି ପରିଧି ମଧ୍ୟରେ ଜାଗା ଦେବେ ସେତେ ଶୀଘ୍ର ଆଉ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ ବୋଲି ସେ ପ୍ରକାଶ କରିଥିଲେ | ମୋତେ ଗାଳି ଦିଅ, ମୋ ସାତ ପୁରୁଷ ଉଦ୍ଧାର କର କିନ୍ତୁ ମୁଁ ଲୋକଙ୍କ କାମ କରିବି ବୋଲି ଶ୍ରୀ ପ୍ରଧାନ କହିଥିଲେ | ତାଳଚେର ର ବିକାଶ କ୍ଷେତ୍ରରେ ମୁଁ ସଦା ସର୍ବଦା କାର୍ଯ୍ୟ କରି ଆସିଛି ଏବଂ କାମ କରିବି ବୋଲି କହିଥିଲେ | ତାଳଚେର ମେଡିକାଲ କଲେଜ ପାଇଁ ଏମସିଏଲ 1500 କୋଟି ଖର୍ଚ୍ଚ କରିଥିବା ବେଳେ ରାଜ୍ୟ ସରକାର ତୁରନ୍ତ ଚାଲୁ କରନ୍ତୁ ବୋଲି କହିଥିଲେ | କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ତାଳଚେର ଆସି ସାଉଥ ବଲଣ୍ଡା ଠାରେ ସୁଭଦ୍ରା ଏରିଆ ଏବଂ ସେଣ୍ଟ୍ରାଲ କଲୋନୀ ଠାରେ ଜଗନ୍ନାଥ ଏରିଆ ର ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ କୁ ଯାଇ ଉଦଘାଟନ କରିବା ସହ 30କୋଟି ବ୍ୟୟରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ର ସ୍ଥାୟୀ ଗୃହ ପାଇଁ ଭୂମିପୂଜନ କରିଥିଲେ |ଏବଂ ସେଣ୍ଟ୍ରାଲ କଲୋନୀ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ |ଅନ୍ୟତମ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଏମସିଏଲ ର ସିଏମଡି ଓ ପି ସିଂହ, ଉପ ଜିଲ୍ଲାପାଳ ତାଳଚେର ବିଶ୍ଵମୋହନ ରଥ,ଏମସିଏଲ ର ଡାଇରେକ୍ଟର କେ ଆର ବାସୁଦେବନ ଓ କେଶବ ରାଓ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ର ଡେପୁଟି କମିଶନର ଡ଼ ସିଂହରଣ ବୋଷ, ଜିଲ୍ଲା ପରିଷଦ ସଭ୍ୟା ସତ୍ୟଭାମା ସାହୁ, ଘଣ୍ଟପଡା ସରପଞ୍ଚ ସସ୍ମିତା ବିଶ୍ୱାଳ ଓ ସମିତି ସଦସ୍ୟ କରୁଣାକର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ |ଆଜିର କେନ୍ଦ୍ରମନ୍ତ୍ରୀ ଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ,ଅଗସ୍ତି ବେହେରା,ଯଯାତି ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ,ସୁଦିପ ଗଡ଼ନାୟକ, ପ୍ରକାଶ ମହାରଣା, ରତ୍ନାକର ସାହୁ, ରାଜେନ୍ଦ୍ର ସିଂହ,ପ୍ରଶାନ୍ତ ନନ୍ଦ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଙ୍କ ସମେତ ସମସ୍ତ ମଣ୍ଡଳ ର କାର୍ଯ୍ୟକର୍ତା ମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *