ଆସନ୍ତା ୨୮ ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କ ବାଣପୁର ଗସ୍ତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆସନ୍ତା ୨୮ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ପଲଟଣ ପଡିଆ ଠାରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ସମାବେଶରେ ଯୋଗଦେବା ପାଇଁ ଆସିବାକୁ ଥିବାବେଳେ , ଏନେଇ ଚିଲିକା ବିଜେପି ଚଳଚଞ୍ଚଳ ହୋଇଉଠିଛି । ତେବେ ବାଣପୁରରେ ଜେପି ନଡ୍ଡା ଙ୍କ ସମାବେଶ ପୂର୍ବରୁ କାର୍ଯ୍ୟକ୍ରମର ସମୀକ୍ଷା କରିବାକୁ ଆସିଛନ୍ତି ବିଜେପି ରାଜ୍ୟ ପ୍ରଭାରି ଡ଼ି ପୁରନ୍ଦେଶ୍ୱରୀ । ଆଜି ମଧ୍ୟାହ୍ନରେ ବାଣପୁର ପଲଟଣ ପଡିଆ ଠାରେ ପହଞ୍ଚି , ସଭାସ୍ଥଳୀ ଓ ହେଲିପ୍ୟାଡ ର ସ୍ଥାନ ମାନ ବୁଲି ଦେଖିଛନ୍ତି । ତେବେ କିଭଳି ଭାବରେ କାର୍ଯ୍ୟକ୍ରମ ସଫଳ ହେବ ତାର ସମୀକ୍ଷା କରିବା ସହିତ ବିଜେପିର କର୍ମକର୍ତ୍ତା ଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ଏହି ଅବସରରେ ବିଜେପି ରାଜ୍ୟ ମୁଖପାତ୍ର ପୃଥ୍ୱୀରାଜ ହରିଚନ୍ଦନ , ପୁରୀ ଲୋକସଭା ପ୍ରବାସ ଯୋଜନା ର ପ୍ରଭାରୀ ଅମିୟ ଦାସ , ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ , ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ , ସରପଞ୍ଚ ସୁରେଶ ଚନ୍ଦ୍ର ବାରିକ , ଭଗବାନ ପ୍ରଧାନ ପ୍ରମୁଖ ବହୁ ବିଜେପିର ବରିଷ୍ଠ ନେତା ଉପସ୍ଥିତ ଥିଲେ । ଆଗକୁ ନିର୍ବାଚନ ପାଖେଇ ଆସୁଥିବା ବେଳେ , ବାଣପୁର ଅଞ୍ଚଳକୁ ବିଜେପି ଅଧ୍ୟକ୍ଷ ନଡ୍ଡାଙ୍କ ଆଗମନର କାର୍ଯ୍ୟକ୍ରମକୁ ନେଇ ବେଶ ଉତ୍ସାହିତ ହୋଇ ଉଠିଛନ୍ତି କର୍ମୀ ।

Leave a Reply

Your email address will not be published. Required fields are marked *