ଅସହାୟ ଦମ୍ପତିଙ୍କ କରୁଣ କାହାଣୀ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅଧିନସ୍ଥ ମାନଗୋବିନ୍ଦପୁର ଗ୍ରାମର ଦେବେନ୍ଦ୍ର ସମନ୍ତସିଂହାର l ଦିନଥିଲା, ଆଖପାଖ ଅଞ୍ଚଳରେ ସେ ଜଣେ ଭଲ ଇଲେକ୍ଟ୍ରି ୱାରିଙ୍ଗ ମିସ୍ତ୍ରୀ ଭାବରେ ବେଶ ଜଣାଶୁଣା ଥିଲେ ଏବଂ ସେଥିରୁ ସେ ଯେଉଁ ଦି ପଇସା ରୋଜଗାର କରୁଥିଲେ, ସେଥିରେ ଭଲରେ ଚଳି ଯାଉଥିଲା ତାଙ୍କ ପରିବାର l ପରିବାର କହିଲେ ତାଙ୍କ ସ୍ତ୍ରୀ ମଞ୍ଜୁଲତା ସମନ୍ତସିଂହାର ଆଉ ସେ l ପାଖାପାଖି ଚାରି ବର୍ଷ ତଳେ ଅସାବଧାନତା ହେତୁ ମଞ୍ଜୁଲତାଙ୍କ ଗୋଡ଼ରେ ଗରମ ପେଜ ପଡି ଯାଇଥିଲା l ଚିକିତ୍ସା ଅଭାବରୁ ଗୋଡ଼ର ଅବସ୍ଥା ସଂକଟାପର୍ଣ୍ଣ ହେଲା ଓ ପରିଶେଷରେ ଡାକ୍ତରଖାନାରେ ତାଙ୍କର ଗୋଟିଏ ଗୋଡ଼ କଟାହେଲା l ଯେଉଁ ଦିନଠାରୁ ସେ ହେଲେ ଭିନ୍ନକ୍ଷମ l ତାଙ୍କୁ ଭଲ କରିବାକୁ ଯାଇ ଦେବେନ୍ଦ୍ର ବାବୁ ଯାହାକିଛି ସଂଚିତ ଅର୍ଥ ରଖିଥିଲେ ସର୍ବସ୍ବ ବ୍ୟୟ କରିଥିଲେ ସୁଦ୍ଧା, ତାଙ୍କୁ କିଛି ସୁଫଳ ମିଳିନଥିଲା ବରଂ ଦିନରାତି ଖଟିଖଟି ନିଜେ ପକ୍ଷାଘାତରେ ପୀଡିତ ହୋଇ ଶଯ୍ୟାଶାୟୀ ହେଲେ l ଯିଏ ଦିନେ ଭାବୁଥିଲେ ସ୍ତ୍ରୀକୁ ଭଲ କରିବେ ସେ ଆଜି ସ୍ତ୍ରୀ ଉପରେ ହୋଇ ପଡିଲେ ବୋଝ l ଅବଶ୍ୟ ମାସକୁ ମଧୁବାବୁ ଭତ୍ତା ଓ ରାସନ କାର୍ଡ ବାବଦକୁ କିଛି ଚାଉଳ ମିଳେ ତା ସହିତ ସାହି ପଡିସା କିଏ ବା କେତେବେଳେ କିଛି ସାହାଯ୍ୟ କରନ୍ତି l କଣ ବା ହେବ ସେଥିରେ, ଯେଉଁଠି ପେଟ ଦି ଚାଖଣ୍ଡ ପୁରିବା ଅସମ୍ଭବ , ସେଠି ଔଷଧ କେଉଁଠୁ ପାଇବେ ସେମାନେ l ଯଦି ତାଙ୍କର ଏହି ଅବସ୍ଥା ଦେଖି ଜିଲ୍ଲା ପ୍ରଶାସନ ତାଙ୍କର ଚିକିତ୍ସା ପାଇଁ କିଛି ପଦକ୍ଷେପ ନିଅନ୍ତେ ହୁଏତ ସେ ଦୁହେଁ ଭଲ ହୋଇ ପାରନ୍ତେ !

Leave a Reply

Your email address will not be published. Required fields are marked *