ସ୍ତ୍ରୀ କୁ ପୋଡି ମାରିଦେବା ପାଇଁ ଘରେ ଲଗାଇଥିଲା ନିଆଁ : ସ୍ବାମୀକୁ ଦେଢ ବର୍ଷ କାରାଦଣ୍ଡ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସ୍ତ୍ରୀ କୁ ପୋଡି ମାରି ଦେବା ପାଇଁ ନିଜ ଘରେ ନିଆଁ ଲଗାଇ ଦେଇଥିଲା ସ୍ୱାମୀ । ତେବେ ସୈାଭାଗ୍ୟରୁ ସ୍ତ୍ରୀ ବଞ୍ଚି ଯାଇଥିବା ବେଳେ ସ୍ତ୍ରୀ ଓ ନାବାଳିକା ଝିଅର ବୟାନ କ୍ରମେ ବାଣପୁର ସହକାରୀ ଦୈାରା ଜଜ୍ ଅଭିଯୁକ୍ତ ସ୍ୱାମୀ କୁ ଦେଢ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ତିନି ବର୍ଷ ପୂର୍ବେ ବାଣପୁର ଥାନା ଖୁଣ୍ଟପଲ୍ଲୀ ଗ୍ରାମର ରମେଶ ବେହେରା ନିଜ ସ୍ତ୍ରୀ ମଞ୍ଜୁଲତା ବେହେରାଙ୍କୁ ପୋଡି ମାରିଦେବା ପାଇଁ ଷଡଯନ୍ତ୍ର କରିଥିଲେ । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ମନୋମାଳିନ୍ୟ ଲାଗି ରହୁଥିଲା । ମଦ୍ୟ ପାନ କରି ରମେଶ ସ୍ତ୍ରୀ ମଞ୍ଜୁଲତା ଏବଂ ଝିଅ ସସ୍ମିତାଙ୍କୁ ଗାଳି ଗୁଲଜ କରିବା ସହ ପ୍ରତ୍ୟହ ମାରଧର କରୁଥିଲେ । ଶେଷରେ ୨୦୧୯ ନଭେମ୍ବର ୧୫ ତାରିଖରେ ରମେଶ ପତ୍ନୀ ମଞ୍ଜୁଲତାଙ୍କୁ ମାର ଧର କରିବା ସହ ତାଙ୍କୁ ପୋଡି ମାରିଦେବା ପାଇଁ ଘରେ ନିଆଁ ଲଗାଇ ଦେଇଥିଲେ । ଏନେଇ ମଞ୍ଜୁଲତା ଥାନାରେ ଅଭିଯୋଗ କରିବାରେ ପୁଲିସ ୩୧୬/୧୯ ନମ୍ବରରେ ଏକ ମକଦ୍ଦମା ରୁଜୁ କରି ରମେଶକୁ ଗିରଫ କରି ଅଦାଲତ ଚାଲାଣ କରିଥିଲା । ତଦନ୍ତ ପରେ ପୁଲିସ ଅଦାଲତରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବାରେ ବାଣପୁର ସହକାରୀ ଦୈାରା ଜଜ୍‌ଙ୍କ ଅଦାଲତରେ ମାମାଲାର ଶୁଣାଣି ହୋଇଥିଲା । ମଞ୍ଜୁଲତା ଏବଂ ଝିଅ ସସ୍ମିତାଙ୍କ ସମେତ ଗ୍ରାମର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀଙ୍କ ବୟାନ ଏବଂ ସରକାରୀ ଓକିଲ ରମେଶ ଚନ୍ଦ୍ର ବିଷୋୟୀ ଓ ସର୍ଚ୍ଚିତ ମିଶ୍ରଙ୍କ ବଳିଷ୍ଠ ଯୁକ୍ତିର ଶୁଣାଣି କରି ସହକାରୀ ଦୈାରା ଜଜ୍ ମନୋରଞ୍ଜନ ମିଶ୍ର ଅଭିଯୁକ୍ତ ରମେଶ ବେହେରାକୁ ଦୁଇଟି ଦଫାରେ ସମୁଦାୟ ଦେଢ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଥିବା ବେଳେ ଦୁଇଟି ଯାକ ଦଣ୍ଡାଦେଶ ଏକ ସଙ୍ଗେ କାର୍ଯ୍ୟକାରୀ ହେବ ବୋଲି ରାୟରେ ଉଲ୍ଲେଖ ରହିଛି ।

Leave a Reply

Your email address will not be published. Required fields are marked *