ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ସାରା ବିଶ୍ବ ପାଳନ କରୁଥିବା ବେଳେ ଭାରତରେ ସଂଖ୍ୟାଲଘୁ ଜିଲ୍ଲା ଭାବରେ ମାନ୍ୟତା ପାଇଥିବା ଗଜପତି ଜିଲ୍ଲା ଏଥର ଆଡ଼ମ୍ବରରେ ବଡ଼ ଦିନ ପାଳନ କରିଛି | ଗଜପତି ର ସମସ୍ତ ଚର୍ଚ୍ଚ ଗୃହ ଆଲୋକମାଳାରେ ଚମକୁଥିଲା । ଗଜପତି ଜିଲ୍ଲାରେ ରେ ସ୍ଥାପିତ ପିସ୍ ଲାଇଫ୍ ମିନିସ୍ଟ୍ରିଚିଲ୍ଡରେନ ହୋମ୍ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଅନୁଷ୍ଠାନକୁ ଆଲୋକମାଳାରେ ସଜେଇ ହୋଇଥିଲା ! ଏହି କାର୍ଯ୍ୟକ୍ରମରେ ଗଜପତି ବାର୍ ଆସୋସିଏସନ୍ ର ସମ୍ପାଦକ ଶ୍ରୀକୃଷ୍ଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନ ର ଅସହାୟ ପିଲାମାନଙ୍କୁ ନୂତନ ପୋଷାକ ବଣ୍ଟନ କରିଥିଲା । ନିଜ ଭାଷଣ ରେ କହିଥିଲା ସତ୍ ପଥରେ କଢାଇନେବା ହଁ ମହାନ୍ ବିଷୟ । ଯୀଶୁ ଖ୍ରୀଷ୍ଟ ହଁ ଏକ ମାତ୍ରା ସତ୍ ପଥ । ପିଲାଙ୍କୁ ଏକ ମହାନ୍ ଏବଂ ଉତ୍ତମ ମନୁଷ୍ୟ ହେବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ କୁ ଗିଫ୍ଟ ମୋଡେଲ୍ ସ୍କୁଲ ର ନିର୍ଦ୍ଦେଶକ ଆଚାର୍ଯ୍ୟ ଆମୋଦ କୁମାର ବର୍ଦ୍ଧନ ପରିଚାଳନା କରିଥିବା ବେଳେ , ମଞ୍ଚ ରେ ଅନୁଷ୍ଠାନର ପରିଚାଳିକା ଜୀମିମ୍ମା ବର୍ଦ୍ଧନ ଏବଂ ଅନୁଷ୍ଟାନ ର ନିର୍ଦ୍ଦେଶକ ଆଚାର୍ଯ୍ୟ ଶାନ୍ତ ମୂର୍ତ୍ତି ବର୍ଦ୍ଧନ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ଥିଲା ବଡଦିନ ଉପଲକ୍ଷେ ଏକ ନୂତନ କ୍ରିଷ୍ଟମାସ ଆଲବମ୍ ଗୀତ ମୁକ୍ତିଲାଭ କରାଗଲା ! ଗୀତ ଟି ଦେଖି ସମସ୍ତେ ଆନନ୍ଦିତ ହେଲେ | ପିଲାମାନେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ ଉପଲକ୍ଷେ ସଙ୍ଗୀତ ଏବଂ ନୃତ୍ୟ ପ୍ରଦର୍ଶନ କରିଥିଲେ | ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସେଥ୍ କୁମାର କର ଧନ୍ୟବାଦ ସହ ସମାପ୍ତ କରିଥିଲେ !
ଗଜପତି ରେ ଧୁମ୍ ଧାମରେ ପାଳିତ ହେଲା ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ !!!

