ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଭଳି ବେସରକାରୀ ସ୍କୁଲରେ” ମୋ ସ୍କୁଲ ଅଭିଯାନ ” !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ବିଦ୍ଯାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ଯାଳୟର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ରାଜ୍ଯ ସରକାର ଆରମ୍ଭ କରିଥିବା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ କେବଳ ସରକାରୀ ବିଦ୍ଯାଳୟ ମାନଙ୍କରେ ଚାଲିଥିବା ବେଳେ ବେସରକାରୀ ବା ଘରୋଇ ବିଦ୍ଯାଳୟ ମାନଙ୍କରେ କୌଣସି ବ୍ଯବସ୍ଥା ହୋଇ ନାହିଁ । ଏହି ପରୀପ୍ରେକ୍ଷୀରେ ନୟାଗଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଏହି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମକୁ ଏକ ନିଆରା ଢଙ୍ଗରେ କରିବାକୁ ଯାଉଛନ୍ତି । ବିଦ୍ଯାଳୟ ପରିସରରେ ଏକ ଅନାଥ ଆଶ୍ରମ ଗଢିବା ପାଇଁ ସଂକଳ୍ପ ନେଇଛନ୍ତି । ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଶିକ୍ଷାବିତ୍ ରାମଚନ୍ଦ୍ର ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଅନାଥ ଆଶ୍ରମ ଗଢିବାର ସଂକଳ୍ପ କୁ ଭୂୟସୀ ପ୍ରସଂଶା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ବିକାଶ ଦିଗରେ ବିଦ୍ଯାଳୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଅନୁଭବ ହେଉଛି ବୋଲି କହିଥିଲେ ।ସମ୍ମାନିତ ଅତିଥି ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ଯାପକ ପ୍ରସନ୍ନ କୁମାର ବସନ୍ତିଆ ଯୋଗଦେଇ ଶ୍ରୀରାମକୃଷ୍ଣଙ୍କ ଭାବଧାରା ଓ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଦ୍ଯାଳୟ ପରିଚାଳନା ହେଉଥିବା ସହିତ ପ୍ରତିବର୍ଷ ପ୍ରାକ୍ତନ ଛାତ୍ରଛାତ୍ରୀ ମାନଙ୍କର ଏହି ବିରାଟ ସମାବେଶ ପାଇଁ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ସାହୁଙ୍କୁ ଧନ୍ଯବାଦ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କର ବିଦ୍ଯାଳୟ ପ୍ରତିଥିବା ମମତ୍ବବୋଧକୁ ସାଧୁବାଦ ଜଣାଇ ଥିଲେ । ବିଦ୍ଯାଳୟର ପ୍ରଥମ ଛାତ୍ର ବଳରାମ ସାହୁ ସ୍ବାଗତ ଭାଷଣରେ ବିଦ୍ଯାଳୟର ସଂପାଦକ ତଥା ବଡ ଗୁରୁଜୀଙ୍କ ବୌଦ୍ଧିକ ସନ୍ଦେଶ ଆମ ଜୀବନ ପାଇଁ ବହୁ ମୂଲ୍ଯବାନ ବୋଲି କହିଥିଲା ବେଳେ ପ୍ରାକ୍ତନ ଛାତ୍ରୀ ବିଦ୍ଯାବିଜିତା ବିଦ୍ଯାଳୟର ଗୁରୁଜୀ ଗୁରୁମାଙ୍କ ମାର୍ଗଦର୍ଶନ ସମସ୍ତଙ୍କ ଠାରୁ ନିଆରା ବୋଲି କହିଥିଲେ । ଛାତ୍ରଛାତ୍ରୀ ମାନେ ଭୋଜିଭାତର ମଜା ନେଇଥିଲା ବେଳେ ବର୍ଷା ପ୍ରିୟଦର୍ଶିନୀ, ଅନିଷା ପ୍ରିୟଦର୍ଶିନୀ ଓ ପାର୍ଥ ମହାପାତ୍ର ଅତୀତ ଦିନର ସ୍ମୃତିକୁ ସାଉଁଟି ଥିଲେ । ଏହି କାର୍ଯ୍ୟକ୍ରମରେ ଶହେ ରୁ ଉର୍ଦ୍ଧ ପ୍ରାକ୍ତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *