ଗଜପତି ଜିଲ୍ଲାରୁ 14 ଜଣ ପିତୃମାତୃ ହୀନ ଶିଶୁ ଙ୍କୁ ଟ୍ରେନ ପଠାଗଲା ଭୁବନେଶ୍ବର ର SOS ଗ୍ରାମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : 5 T ଯୋଜନା ଅନ୍ତର୍ଗତ ଅନାଥ ଶିଶୁ ଙ୍କ ଚିହ୍ନଟକରଣ ବେଳେ ଜିଲାରେ 525 ଶିଶୁ ପିତାମାତାଙ୍କୁ ହରାଇଥିବା ଚିହ୍ନଟ ହୋଇଥିଲା ବେଳେ 589 ଜଣ ଶିଶୁଙ୍କ ପିତା ମୃତ୍ୟୁ ବରଣ କରିଥିବା ବେଳେ ସେମାନଙ୍କର ମାତା ଦ୍ବିତୀୟ ବିବାହ କରିଥିବା ହେତୁ ଶିଶୁ ମାନେ ଅନାଥ ହୋଇ କଷ୍ଟରେ ଥିଲେ । ଏ ସର୍ଭେ ବେଳେ ଚିନ୍ହଟ ହୋଇଥିଲେ ଏବଂ 116 ଶିଶୁଙ୍କ ଉଭୟ ପିତା ମାତା ଙ୍କ ମୃତ୍ୟୁ ମହାମାରୀ କରୋନା ରେ ହେବା ଯୋଗୁ ଶିଶୁ ମାନେ ଅନାଥ ହୋଇଗଲେ । ଏହିସବୁ ଶିଶୁ ଙ୍କୁ ଥଇଥାନ କରିବା ଜିଲ୍ଲା ପ୍ରଶାସନ ପାଇଁ ଏକ ଚାଲେଂଜ ଥିଲା । ଜିଲ୍ଲାର ଚାଲିଥିବା 5 ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ମଧ୍ୟ ରୁ କେବଳ 1 ଟି ଅନୁଷ୍ଠାନ କୁ ସରକାରୀ ଅନୁଦାନ ମିଳୁଥିବା ବେଳେ ଏହି ଅନୁଷ୍ଠାନ ରେ ଅନାଥ ଶିଶୁ ଙ୍କୁ ରଖି ସବୁ ପ୍ରକାର ସୁବିଧା ଯୋଗାଇବା ଜିଲ୍ଲା ପ୍ରଶାସନ ପାଇଁ ଏକ ଚାଲେଂଜ ଅଟେ । ଏହି ଅନାଥ ଶିଶୁଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଜିଲାପାଳ ଗଜପତି ଭୁବନେଶ୍ବରରେ ଥିବା SOS ଗ୍ରାମ ସହ ଯୋଗାଯୋଗ କରିଥିଲେ । ଏହି ଶିଶୁଙ୍କ SOS ଗ୍ରାମ ରେ ଥଇଥାନ ହେଲେ ଶିଶୁ ଏକ ପରିବାର ପାଇ ଯତ୍ନ ର ସହ ସେଠାରେ 25 ବର୍ଷ ପର୍ଯ୍ୟନ୍ତ ରହି ପାଠ ପଢି ପାରିବ ଓ ନିଜକୁ ଆତ୍ମ ନିର୍ଭରଶୀଳ ହେବାପାଇଁ ପ୍ରସ୍ତୁତ କରିପାରିବ । ଜିଲ୍ଲାପାଳଙ୍କ ନେତୃତ୍ବରେ ଶିଶୁ କଲ୍ୟାଣ ସମିତି ର ସୁପାରିସ କ୍ରମେ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପ୍ରତ୍ୟକ୍ଷ ତତ୍ବାବଧାନରେ ଆଜି 14 ଜଣ ପିତୃମାତୃ ହୀନ ଶିଶୁ ଙ୍କୁ ଟ୍ରେନ ଯୋଗେ ଭୁବନେଶ୍ବରର SOS ଗ୍ରାମକୁ ପଠାଗଲା । ଯେଉଁଠି ରହି ଶିଶୁମାନେ ସୁନ୍ଦର ଭବିଷ୍ୟତ ଗଢିପାରିବେ । ଆଗାମୀ ଦିନରେ ଅନ୍ୟ ଶିଶୁ ମାନକୁ ଚିନ୍ହଟ କରି SOS ଗ୍ରାମକୁ ପଠାଇବା ପାଇଁ ନିଷ୍ପତି ହୋଇଛି ।ଏବଂ ଗଜପତି ରେ SOS ଗ୍ରାନା ନିର୍ମାଣ ହେବା ପାଇଁ କାର୍ଯ୍ୟ କରାଯାଉଛି ।

 

Leave a Reply

Your email address will not be published. Required fields are marked *