ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପତଞ୍ଜଳିିତି, ପିପିଏଲ ଟାଉନ ସିପ ଦ୍ୱାରା ସକାଳ ୫.୩୦ ରେ ଯୋଗ କାର୍ଯ୍ୟକ୍ରମ ଦୀପ ପ୍ରଜ୍ବଳନ ଦ୍ୱାରା ଆରମ୍ଭ କରାଯାଇଥିଲା । ଯୋଗ ଶିକ୍ଷକ ଆର୍ତ୍ତତ୍ରାଣ ସାହୁ, ଦୈତାରୀ ବିନ୍ଧାଣି, ସହ ଯୋଗ ଶିକ୍ଷକ ନାରାୟଣ ସାହୁ, ଗୋବିନ୍ଦ ଜେନା, ପଦ୍ମାଳୟା ରାଉତ ପ୍ରମୁଖ ଯୋଗ ପରିଚାଳନା କରିଥିଲେ ! ଦିନ ୧୦ ଟା ସମୟରେ ପି ପି ଏଲ ଶିବ ମନ୍ଦିର ପ୍ରାଙ୍ଗଣରେ ଯଜ୍ଞ ର ଆୟୋଜନ କରାଯାଇଥିଲା ! ରାଜ୍ୟ ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଶର୍ମିଷ୍ଠା ଭଉଣୀ ଓ ସମାଜସେବୀ ବସନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଯୋଗ ଓ ଯଜ୍ଞର ମହତ୍ୱ ଏବଂ ରୋଗ ନିବାରଣ ପାଇଁ ଏହାର ବୈଜ୍ଞାନିକ ଉପୋଯୋଗିତା ଉପରେ ଆଲୋକପାତ କରିଥିଲେ । ସୁସ୍ଥ , ଶିକ୍ଷିତ ,ସମୃଦ୍ଧ , ସଂସ୍କାର ବାନ ଓ ମହାନ୍ ଭାରତ ନିର୍ମାଣର ସଂକଳ୍ପ ନେଇ ସମାଜରେ ସୁଖ ଶାନ୍ତି ପ୍ରତିଷ୍ଠା ପାଇଁ ଏବଂ ସମସ୍ତଙ୍କୁ ଯୋଗ ଓ ଯଜ୍ଞ ରେ ସାମିଲ କରିବା ପାଇଁ ପତଞ୍ଜଳି ଯୋଗ ସମିତି, ପିପିଏଲ ଟାଉନ ସିପ ଦ୍ୱାରା ଏହି କାର୍ଯ୍ୟକ୍ରମ ପ୍ରତିମାସ ଶେଷ ରବିବାର ଆୟୋଜନ କରାଯାଉଛି । ପ୍ରକାଶ ଥାଉ କି ପି ପି ଏଲ ପରିସରରେ କର୍ମଚାରୀ ମାନଙ୍କୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ପି ପି ଏଲ କର୍ତ୍ତୃପକ୍ଷ ପ୍ରତି ଦିନ ର ସନ୍ଧ୍ୟା ୮ ଟା ରେ ନୂତନ ଭାବେ ଯୋଗ କକ୍ଷ୍ୟା ଆରମ୍ଭ କରିଛନ୍ତି । ଏହାକୁ ପି ପି ଏଲ କମ୍ପାନୀର ଜଏଣ୍ଟ ଜିଏମ ସଂଗ୍ରାମ ସ୍ବାଇଁ ସ୍ଵାଗତ କରିବା ସହ ସବୁ ମହଲରେ ସ୍ୱାଗତ କରାଯାଇଛି । ଆଗାମୀ ଦିନରେ ସମସ୍ତେ ଯୋଗ ଓ ଯଜ୍ଞ ରେ ସାମିଲ ହୋଇ ସୁସ୍ଥ ସମାଜ ଗଠନ ରେ ସହଯୋଗୀ ଓ ଉପଯୋଗୀ ହେଵା ପାଇଁ ଅନୁରୋଧ କରାଯାଉଛି ।