ମୋଟା ଅଙ୍କର ଘୁସ୍ ଖାଇ ମୁଖ୍ୟ ଅଭିଯୁକ୍ତକୁ ରାତି ଅଧିଆ ଛାଡିଦେଲା ପୁଲିସ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ନିଜର ସୁରକ୍ଷା ଓ ନ୍ୟାୟ ପାଇଁ ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ନିକଟରେ ଫେରାଦ ହେଲେ ଅଭିଯୋଗକାରୀ ! ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମ ରେ ପାରିବାରିକ କଳହକୁ କେନ୍ଦ୍ର କରି କିରୋସିନ ଢାଳି ସ୍ୱାମୀ ଓ ଦେଢଶୁର ମହିଳାଙ୍କୁ ଜୀବନରେ ମାରିଦେବା ଉଦ୍ୟମ ବିଫଳ ! ଗୁରୁତର ଅବସ୍ଥାରେ ମହିଳା ଏବେ ଚିକିତ୍ସାଧୀନ ରହିଥିବା ବେଳେ , ପୋଲିସ ମୋଟା ଅଙ୍କର ଘୁସ ଖାଇ ପୋଡି ହୋଇଥିବା ମହିଳା ଙ୍କ ଦେଢଶୁର ସୁରେଶ କୁମାର ବେଉରା କୁ ରାତି ଅଧିଆ ଛାଡି ଦେଇଥିବା ଅଭିଯୋଗ ହୋଇଛି ! ଘଟଣାରେ ମହିଳାଙ୍କ ସ୍ୱାମୀ ଅଜୟ କୁମାର ବେଉରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ! ସେପଟେ ମୁଖ୍ୟ ଅଭିଯୁକ୍ତ ଗାଁ କୁ ଯାଇ ଏତଲାକାରୀଙ୍କ ପରିବାର ସଦସ୍ୟ ଙ୍କୁ ଜୀବନରେ ମାରି ଦେବା ପାଇଁ ଧମକ ଦେଉଛି ବୋଲି ଅଭିଯୋଗ ହୋଇଛି ! ଯାହାକୁ ନେଇ ଏବେ ନିଜର ସୁରକ୍ଷା ସହିତ ନ୍ୟାୟ ପାଇଁ ଏସଡ଼ିପିଓ ଙ୍କ ନିକଟରେ ଗ୍ରାମବାସୀଙ୍କ ସହିତ ଅଭିଯୋଗକାରୀ ଙ୍କ ପରିବାର ହେଲେ ଫେରାଦ ! ସେପଟେ ଉପଖଣ୍ଡ ପୋଲିସ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର ଅଭିଯୋଗକାରୀଙ୍କୁ ଦେଲେ ନିର୍ଭିକ ପ୍ରତିଶୃତି ! ଯଦି ଏ ସବୁ ଘଟଣା ପଛରେ ସତ୍ୟତା ଥାଏ ତେବେ ନିଶ୍ଚିନ୍ତ ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନିଆଯିବା ସହିତ ସେ ଅଞ୍ଚଳରେ ଏମାନଙ୍କ ସୁରକ୍ଷାକୁ ନେଇ ପୋଲିସ ପେଟ୍ରୋଲିଙ୍ଗ କରାଯିବ ବୋଲି କହିଛନ୍ତି ! ସୂଚନା ଥାଉକି ଏଭଳି ଅଭାବନୀୟ ଘଟଣା ଗତ ୨୫ ତାରିଖ ରାତିରେ ଘଟିଥିଲା ! ହରିରାଜପୁର ଗ୍ରାମର ଶ୍ୟାମ ସୁନ୍ଦର ବେଉରାଙ୍କ ଙ୍କ ଝିଅ ଏଲିନା ବେଉରା ଙ୍କୁ ୬ ବର୍ଷ ତଳେ ବୈଦିକ ରୀତିନୀତି ରେ ଉକ୍ତ ଗ୍ରାମର ଯୁଗଳ ବେଉରାଙ୍କ ପୁଅ ଅଜୟ କୁମାର ବେଉରା ବିବାହ କରିଥିଲେ ! କିନ୍ତୁ ଅଭିଯୋଗ ଯେ , ବିବାହ ପରଠାରୁ ପ୍ରତ୍ୟକ ଦିନ ଯୌତୁକ ଠାରୁ ଆରମ୍ବ କରି ବିଭିନ୍ନ ଆଳରେ ସ୍ତ୍ରୀ ଏଲିନା କୁ ମାର ଧର କରୁଥିଲେ ଅଜୟ ! ବାରମ୍ବାର ଏଭଳି ସ୍ୱାମୀ ସ୍ତ୍ରୀ କଳହ ଲାଗି ରହିବା ଯୋଗୁ ବର୍ଷ ବର୍ଷ ଧରି ସ୍ତ୍ରୀ ଏଲିନା ନିଜ ଶଶୁର ଘର ଛାଡି ବାପ ଘରେ ରୁହନ୍ତି ! ପରେ ସାମୁହିକ ଭଦ୍ର ବ୍ୟକ୍ତି ଙ୍କ ଉପସ୍ଥିତିରେ ଉଭୟ ଙ୍କୁ ବୁଝାସୁଝା କରି ଛାଡ଼ିଥାନ୍ତି ! ଏବେ କିନ୍ତୁ ସ୍ୱାମୀ ସ୍ତ୍ରୀ ଙ୍କ କଳହ ପହଁଚି ସାରିଛି ଚରମ ସୀମାରେ ! ସ୍ୱାମୀ ଅଜୟ ନିଜର ବଡଭାଇ କୁ ହାତ କରି ରାତି ଅଧିଆ କିରୋସିନ ଢାଳି ନିଆଁ ଲଗାଇ ଏଲିନା କୁ ମାରିଦେବା କୁ ବସିଥିଲା ! ଏଲିନା କିନ୍ତୁ କୌଶଳ କରି ଅଧାପୋଡା ଅବସ୍ଥାରେ ଘଟଣା ସ୍ଥଳରୁ ଖସି ପଳାଇ ଆସିଥିଲା ନିଜ ବାପ ଘରକୁ ! ତୁରନ୍ତ ତାଙ୍କୁ ବାପ ଘର ଲୋକେ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ , ଓ ଝିଅର ସୁରକ୍ଷା ଆଉ ନ୍ୟାୟ ପାଇଁ ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ ! ଏବେ ପୋଲିସ ମୋଟା ଅଙ୍କର ଟଙ୍କା ନେଇ ମୁଖ୍ୟ ଅଭିଯୁକ୍ତ ଏଲିନା ଙ୍କ ଦେଢଶୁର ସୁରେଶ କୁ ଛାଡିଦେଇଛି ବୋଲି ପୋଲିସ ବିରୋଧରେ ଆଣିଛନ୍ତି ସଂଘାତିକ ଅଭିଯୋଗ ! ନ୍ୟାୟ ନ ମିଳିଲେ ଥାନା ସମୁଖରେ ଧାରଣା ଦେବା ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି !

Leave a Reply

Your email address will not be published. Required fields are marked *