ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଇତିହାସ ପାଇଁ ବାଙ୍କୀ ମାଟି ଯେମିତି ଗର୍ବିତ , ଭୌଗଳିକ ଅବସ୍ଥିତି ଓ ପ୍ରାକୃତିକ ଶୋଭାରାଜି ପାଇଁ ସେମିତି ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ! ଅଷ୍ଟଶକ୍ତି କ୍ଷେତ୍ର ମଧ୍ୟରୁ ଅନ୍ୟତମ , ମା ଚର୍ଚ୍ଚିକା ପୀଠ ଶ୍ରଦ୍ଧାଳୁଙ୍କୁ ଟାଣି ଆଣୁଥିବା ବେଳେ ଅଂଶୁପାର ଅପୂର୍ବ ଦୃଶ୍ୟରାଜି ସମସ୍ତଙ୍କୁ ବିମୋହିତ କରିଥାଏ ! ହେଲେ ଅଂଶୁପାର ଏବେର ସ୍ଥିତି , ଉନ୍ନତି ଏବଂ ଅବସ୍ଥିତିକୁ ନେଇ ବିଭିନ୍ନ ସମୟରେ ଉଠିଛି ପ୍ରଶ୍ନ ! ଜବରଦଖଲକାରୀ ଙ୍କ କବଳରେ ପଡି ଅଂଶୁପାର ସୀମା ସଙ୍କୁଚିତ ହେଉଥିବା ବେଳେ , ଉନ୍ନତି ନାମରେ ଚାଲିଛି ବ୍ୟାପକ ଅର୍ଥ ହରିଲୁଟ ! ବାଙ୍କୀ ର ପର୍ଯ୍ୟଟନ ମାନଚିତ୍ରରେ ଗୁରୁତ୍ୱ ବହନ କରୁଥିବା ଏହି ପ୍ରାକୃତିକ ସ୍ଥଳୀର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି ବାଙ୍କୀ ର ଏକ ଅଗ୍ରଣୀ ଡିଜିଟାଲ ମିଡ଼ିଆ ସଂଯୋଗ ଟୁଡ଼େ ! ଦୀର୍ଘ ବର୍ଷ ଧରି ବାଙ୍କୀ ର ଶାସନ କ୍ଷମତାରେ ଥିବା ବିଜେଡି ନେତାଙ୍କର ଏହି ପସନ୍ଦିତା ଚ୍ୟାନେଲ ରେ ବାସ୍ତବ ପ୍ରଶ୍ନକୁ ନେଇ ଜୋର ଧରିଛି ଆଲୋଚନା ! ନିର୍ବାଚନ ଠାରୁ ଆରମ୍ଭ କରି ନୂଆବର୍ଷ , ଗଣେଶ ପୂଜା , ଦଶହରା , ଦୀପାବଳୀ , ବିଜେଡି ପ୍ରତିଷ୍ଠା ଦିବସରେ ଯୋଉ ଚ୍ୟାନେଲରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ଏବେର ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଆଗ ଚେହେରା ଦେଖାନ୍ତି , ଏବେ ସେଇ ଚ୍ୟାନେଲ ରେ ଅଂଶୁପା ର ଅବ୍ୟବସ୍ଥାକୁ ନେଇ ସମାଲୋଚନା ହେବା ପରେ ନେତାଙ୍କ ଉତ୍ତରକୁ ଅପେକ୍ଷା କରିଛନ୍ତି ଦର୍ଶକ !
କ୍ରମଶଃ . . . . .