କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଜଳ ସମ୍ପଦ ବିଭାଗର ବ୍ରାହ୍ମଣୀ ଅବବାହିକା ସମଲଙ୍କ କାର୍ଯ୍ୟାଳୟ ସମଲ ବ୍ୟାରେଜ୍ ଠାରେ ଥିବା ମୋ ସରକାର ଅଫିସ ରେ ସବୁବେଳେ ତାଲା ଝୁଲୁଛି . ଲୋକମାନେ ଅଭିଯୋଗ କରିବାକୁ ଆସିଲେ ମୋ ସରକାର ଅଫିସରେ ତାଲା . ଏ କି ପ୍ରକାର ସୁବିଧା ନା ଲୋକମାନଙ୍କୁ ନିରାଶ କରିବା . ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲେ ବି ମଧ୍ୟ ଆଜି ସୋମବାର ଦିନ ଥିବା ବେଳେ ଆଜି ଅଫିସ ବନ୍ଦ ରହିଛି . ତା ହେଲେ ଲୋକମାନେ କାହାକୁ ଅଭିଯୋଗ କରିବେ । ମୋ ସରକାର କକ୍ଷରେ ତାଲା କାରଣରୁ ଫେରିଗଲେ ଅଭିଯୋଗକାରୀ . ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଜଳ ସମ୍ପଦ ବିଭାଗର ସମଲ ବ୍ୟାରେଜ୍ ଠାରେ ଥିବା ମୋ ସରକାର କକ୍ଷ ସବୁବେଳେ ତାଲା ପଡି ରହୁଥିବାରୁ ବଢ଼ିବାରେ ଲାଗିଛି ଜନ ଅସନ୍ତୋଷ . ଲୋକମାନେ ଅଭିଯୋଗ କରିବା ପାଇଁ ଆସିଲେ ମୋ ସରକାର ଅଫିସରେ ତାଲା । ତା ହେଲେ ଲୋକମାନେ କାହାକୁ ଅଭିଯୋଗ କରିବେ । ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ଟଙ୍କାରେ, ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି । ତେଣୁ ରାଜ୍ୟ ସରକାରଙ୍କ ପ୍ରମୂଖ ନାରା ପାଲଟିଥିବା ମୋ ସରକାର କକ୍ଷରେ ତାଲା ପଡି ରହିବା ସରକାରଙ୍କ ଆଭିମୁଖ୍ୟ ଉପରେ ଏକ ପ୍ରଶ୍ନବାଚୀ .
ସମଲ ବ୍ୟାରେଜ୍ ଠାରେ ଥିବା ମୋ ସରକାର କକ୍ଷ ରେ ସବୁବେଳେ ତାଲା !!!

