ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ପାରାଦୀପରେ ବିଭିନ୍ନ କ୍ଲବ ତରଫରୁ ବିଘ୍ନ ବିନାଶକ ଗଜାନନ ଙ୍କ ପୂଜା ଧୁମ ଧାମରେ ପାଳିତ l ପାରାଦୀପ ରେ ବିଭିନ୍ନ କ୍ଲବ୍ ପକ୍ଷରୁ ମହାଆଡମ୍ବରରେ ଗଣପତି ଗଜାନନ ଙ୍କ ପୂଜା ପାଳିତ ହେଉଛି ! ଅଠର ବାଙ୍କୀ ରେଲୱେ କଲୋନିରେ ମହାତ୍ମା ଗାନ୍ଧୀ ୟୁଥ୍ କ୍ଳବ୍ ତରଫରୁ ଦୀର୍ଘ ୨୦ ବର୍ଷ ଧରି ଗଜାନନ ଙ୍କ ପୂଜା କରାଯାଉଛି ! ନୂଆ ବଜାର ସ୍ଥିତ ସମ୍ରାଟ କ୍ଲବ୍ ପକ୍ଷରୁ ୩୭ ବର୍ଷ ଧରି ପ୍ରତି ବର୍ଷ ବିଭିନ୍ନ ପ୍ରକାର ତୋରଣ ପ୍ରସ୍ତୁତ କରାଯାଇ ଥିବା ଦେଖାଯାଇଛି l ଏ ବର୍ଷ ପାରମ୍ପରିକ ରୀତି ନୀତି କୁ ଲକ୍ଷ୍ୟ କରି ତାବେଲା , ଗୀତାର, ବୀଣା ଏଇ ଭଳି କିଛି ମେସେଜ କୁ ନେଇ ତୋରଣ ତିଆରି କରାଯାଇଥିବା ଦେଖିବାକୁ ମିଳିଛି l ଏଥିସହ ପାରାଦୀପ ମଧୁବନ ୟୁଥ୍ କ୍ଳବ୍ ତରଫରୁ ନୂତନ ଭାବେ କେରଳ ପ୍ରସିଦ୍ଧ ନାଚ କୁ ଲକ୍ଷ୍ୟ କରି ସେମାନଙ୍କର ମୁଖା ସିଷ୍ଟମ ରେ ତୋରଣ ତିଆରି କରାଯାଇଛି , ଯାହାକି ଦର୍ଶକ ପାଇଁ ବେଶ ଉପଭୋଗ୍ୟ ହୋଇଛି l ଏହି ପୂଜା ଦୀର୍ଘ ୧୫ ଦିନ ଧରି ଚାଲି ଶେଷରେ ଭସାଣି କରାଯିବ !
ବିଭିନ୍ନ କ୍ଲବ ତରଫରୁ ବିଘ୍ନ ବିନାଶକ ଗଜାନନ ଙ୍କ ପୂଜା ଧୁମ ଧାମରେ ପାଳିତ !!!

