ନାବାଳିକା କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ନାବାଳକ ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ନାବାଳକଙ୍କୁ ଗିରଫ କରିଛି । ସୂଚନା ଯେ, ୧୫ ବର୍ଷର ନାବାଳିକାଙ୍କୁ କଲିଏରୀ ଥାନା ଅନ୍ତର୍ଗତ ଦେଉଳବେଡ଼ା ଗାଁ ର ଜଣେ ୧୭ ବର୍ଷର ନାବାଳକ ଗତ ୪ ତାରିଖରେ ଅପହରଣ କରିଥିଲେ । ତାଙ୍କୁ ମନ୍ଦିରରେ ବିବାହ କରିଥିଲେ । ପରେ ନାବାଳିକାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଏ ନେଇ ନାବାଳିକାଙ୍କ ପରିବାର ତରଫରୁ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପୁଲିସ ଥାନା କେସ ନଂ ୩ ରେ ଦଫା ୩୬୩ରେ ମାମଲା ରୁଜୁ କରାଯାଇଥିଲା । ତେବେ ବୁଧବାର ନାବାଳିକା ଉଦ୍ଧାର ଓ ନାବାଳକ ଗିରଫ ହେବା ପରେ ଏହି ମାମଲାକୁ ଦଫା ୩୬୩, ୩୬୬(ଏ), ୩୭୬(ଆଇ)(ଏନ୍), ୩୭୬(୩) ଓ ପୋକ୍‌ସୋ ‌‌ଆଇନର ଧାରା ୬ରେ ପରିବର୍ତ୍ତିତ କରାଯାଇଛି । ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ନାବାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳିକାଙ୍କୁ ସ୍ଵଧାର ଗୃହରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *