PMGSY ସମ୍ପର୍କରେ ସାଂସଦ ମହେଶ ସାହୁ ଙ୍କ ସାମ୍ବାଦିକ ସମିଳନୀ !!

0
364

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସାଂସଦଙ୍କ କାର୍ଯ୍ୟାଳୟ ତରଫରୁ ଏକ ସାମ୍ବାଦିକ ସମିଳନୀ ଆୟୋଜିତ ହୋଇଯାଇଛି । ରାଜ୍ୟ ସରକାର ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର 47 ଟି ରାସ୍ତାକୁ PMGSY ରେ ସାମିଲ କରିବାକୁ ଯେଉଁ ପ୍ରାଥମିକ ପଦକ୍ଷେପ ନେଇଛନ୍ତି ତାହା ଉପରେ ସୂଚନା ଦେଇଥିଲେ ଢେଙ୍କାନାଳ ସାଂସଦ ମହେଶ ସାହୁ । ଏହି 47 ଟି ରାସ୍ତା ଯାହାକି 390 km ର ଅଟେ ତାହାକୁ ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ କରିବାକୁ ରାଜ୍ୟ ସରକାର ଲକ୍ଷ ରଖିଛନ୍ତି ବୋଲି ସାଂସଦ ସୂଚନା ଦେଇଛନ୍ତି । ଦୁଇଟି ଜିଲ୍ଲାରେ ଅପହଞ୍ଚ ଅଂଚଳ ଗୁଡିକୁ ବିକାଶ ପଥରେ ସଂଯୋଗ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ସାଂସଦ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏଥି ସହ ଏନଏଚ ରାସ୍ତା ତିଆରି ରେ ହେଉଥିବା ବିଳମ୍ବ ତଥା ଲିଙ୍କ ରୋଡ ବନାଇବା ପାଇଁ ସାଂସଦ ପିଡବ୍ଲୁଡି ଏବଂ ଏନଏଚଆଇ କୁ ନିର୍ଦ୍ଦେଶ ଦେଇଛନ୍ତି . ଅନଗୁଳ ଏବଂ ଢେଙ୍କାନାଳର 16 ଟି ଜାଗାକୁ ଚିହ୍ନଟ କରିଛନ୍ତି ଯାହାକି ଏନଏଚ ସହ ଲେବେଲିଙ୍ଗ କରାଯିବା ନିହାତି ଆବଶ୍ୟକ ଅଛି ବୋଲି ସାଂସଦ ମତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here