ବୋଲଗଡ ମହୋତ୍ସବ : ତୃତୀୟ ସନ୍ଧ୍ୟାରେ ମନ ମୋହିଲା ପାଇକଦୁର୍ଗର ପାଇକ ପୁଅ !!!

Spread the love

ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ଼ ମହୋତ୍ସବ ଆଶା – ୨୨ ବୁଧବାର ତୃତୀୟ ସନ୍ଧ୍ୟା ବାମନ ଉଚ୍ଚ ବିଦ୍ୟାଳୟ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ରଙ୍କ ଦ୍ଵାରା କୁଇଜ ପ୍ରତିଯୋଗିତା କରାଯାଇଥିଲା । ସନ୍ଧ୍ୟାରେ ଖୋଲା ଆକାଶ ରଙ୍ଗ ମଞ୍ଚରେ ବିଭିନ୍ନ ଗ୍ରାମ୍ୟ କଳାକୃତି ସହ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ, ଆସନ ଗ୍ରହଣ, ପୁଷ୍ପ ଗୁଚ୍ଛ ପ୍ରଦାନ ଓ ଅତିଥି ପରିଚୟ ପରେ ବଂଶୀଧର ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ଆବହାନୀ ସଂଗୀତ ଗାନ କରାଯାଇଥିଲା ।

ବୋଲଗଡ଼ ମହୋତ୍ସବ କମିଟି ଉପାଧକ୍ଷ କୃଷ୍ଣ ମୋହନ ପାଲଟାସିଂହ ଅଧକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ଅତିଥି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସାଧାରଣ ସମ୍ପାଦକ ବୀର ଦାସ, ବରିଷ୍ଠ ଉପଦେଷ୍ଠା ରବୀନ୍ଦ୍ର ପରିଡା, ମନୋଜ ପଣ୍ଡା ଓ କାବୁ ଚମ୍ପତିରାୟ ପ୍ରମୁଖ ମଂଚାସୀନ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ଗୁରୁକୃଷ୍ଣ ଦୁଃଖାନନ୍ଦ ସାମନ୍ତରାୟ ଓ ପ୍ରଶାନ୍ତ କୁମାର ମହାପାତ୍ର ସଂଯୋଜନା କରିଥିଲେ । ସେହିପରି ନବ କିଶୋର ପଟ୍ଟନାୟକ (ବୋଲଗଡ଼ ରତ୍ନ), ଶୁଭମ ଜ୍ୟୋତି ରାଉତରାୟ(ବୋଲଗଡ଼ ପ୍ରଦୀପ) ଖବରଦାତା ଗଙ୍ଗାଧର ସାହୁ (ବୋଲଗଡ଼ ସମ୍ମାନ ) , ଲଷ୍ମୀଧର ପାତ୍ର ଓ ବୈକୁଣ୍ଠ ବିହାରୀ ସାହୁ ( ବୋଲଗଡ଼ ସମ୍ମାନ ) ପ୍ରମୁଖ ବିଭିନ୍ନ ବର୍ଗରୁ ସମ୍ମାନୀତ ହୋଇଥିଲେ । ରାଣୀ ପଣ୍ଡା ( ଯାତ୍ରା ଜଗତର ରାଣୀ ) ମଂଚର ମୁଖ୍ୟ ଆକର୍ଷଣ ଥିଲେ। ଅଖିଳେଶ ମହାପାତ୍ର, ଶ୍ରୀକାନ୍ତ ନାୟକ ଓ ଇନ୍ଦ୍ରସ୍ୱରୂପ ସାହୁ ମଞ୍ଚ ଉପସ୍ଥାପନ କରିଥିଲେ । ଶେଷରେ ସମ୍ପାଦକ ସନାତନ ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *