ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଦୁଲଣାପୁର ହାଇସ୍କୁଲର 2007 ମସିହା ଛାତ୍ର ଛାତ୍ରୀ ଙ୍କ ପ୍ରଥମ ବନ୍ଧୁ ମିଳନ ଅଂଶୁପା ସ୍ଥିତ ଓମ୍ ସାଇ ଭୋଜି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ 35 ଜଣ ପୁରାତନ ଛାତ୍ର ଯୋଗଦାନ କରିଥିଲେ । ଯୁବ ସମାଜସେବୀ ନିରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଂକ୍ଷିପ୍ତ କୁମାର ନାୟକ ପରିଚାଳନା କରିଥିଲେ । ସମସ୍ତ ବନ୍ଧୁ ଏକାଠି ହୋଇ ବିଗତ ଦିନର ସ୍ମୃତି ଚାରଣ କରିବା ସହ ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ନିଷ୍ପତି ନିଆଯାଇଥିଲା । ଏହି ଉତ୍ସବରେ ଶୁଭଲକ୍ଷ୍ମୀ ପରିଡ଼ା, ମୁକେଶ ରାଉତ, ସର୍ବେଶ୍ଵର ନାୟକ, ପ୍ରଭାତି ଜେନା, ଲକ୍ଷ୍ମୀଧର ରାଜ, ଗୀତାଞ୍ଜଳି ପଢିଆରୀ, କେଦାରନାଥ ପରିଡ଼ା, କୃପାସିନ୍ଧୁ ସାହୁ, ସୁରେଶ ନାୟକ, ରାଜିବ ନାୟକ, ଜ୍ୟୋତିରଞ୍ଜନ ନାୟକ, ସୁକାନ୍ତ ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ତ୍ରିନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଦୁଲଣାପୁର ହାଇସ୍କୁଲ 2007 ବ୍ଯାଚ୍ ର ବନ୍ଧୁ ମିଳନ !!!

