ଅସୁରେଶ୍ଵର ଅଞ୍ଚଳରେ ସର୍ବ ପୁରାତନ ଗଜଲକ୍ଷ୍ମୀ ପୂଜା !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଗାଁ ଠାରୁ ସହର ପର୍ଯ୍ୟନ୍ତ ଏବେ ଧନଧାତ୍ରୀ ଦେବି ମା ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି । ଏହି ଗଜଲକ୍ଷ୍ମୀ ପୂଜା ପାଇଁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ଅଞ୍ଚଳ ଏବେ ବେଶ ଚଳଚଞ୍ଚଳ । ଚଳିତବର୍ଷ କୁମାର ପୂର୍ଣିମା ଦିନ ଠାରୁ ବାରଗୋଟି ମଣ୍ଡପରେ ପୂଜା ପାଉଛନ୍ତି ଗଜଲକ୍ଷ୍ମୀ ଙ୍କ ସହିତ ଅନ୍ୟାନ୍ୟ ଦେବାଦେବୀ । କୋଇଲୋ ଦଧିବାମନ ଜିଉ ମନ୍ଦିର ପାଖ ରେ ମା ଗଜଲକ୍ଷ୍ମୀ ଚାନ୍ଦି ଅଳଙ୍କାର ରେ ଆଭୂଷଣ ପୂଜା ପାଉଥିବା ବେଳେ ଅଣସରପୁର ର ସର୍ବ ପୁରାତନ ଗଜଲକ୍ଷ୍ମୀ ପୂଜା କମିଟି ର ମା ଗଜଲକ୍ଷ୍ମୀ ମୃଣ୍ମୟୀ ମୂର୍ତ୍ତି ଶ୍ରଦ୍ଧାଳୁ ଙ୍କ ଭକ୍ତିକୁ ଦୁଇ ଗୁଣିତ କରିଦେଉଛି । ସେହିପରି ଅସୁରେଶ୍ଵର ବଜାର ର ନୃସିଂହ ଅବତାର, ହରପାର୍ବତୀ ପୂଜା କମିଟି ର ହରପାର୍ବତୀ, କଲେଜ୍ ଛକ ର ଅର୍ଣ୍ଣପୂର୍ଣ୍ଣା , ଲକ୍ଷ୍ମୀ ନାରାୟଣ, ହରପାର୍ବତୀ,କୋଇଲୋ ଗ୍ରାମ ର ନାରାୟଣ, ନୂଆ ହାଟ ର ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ବେଶ ଧୁମଧାମରେ ପୂଜା ଅନୁଷ୍ଠିତ ହୋଉଛି । ସନ୍ଧ୍ୟା ହେଲେ ସୁସଜ୍ଜିତ ତୋରଣ ସଙ୍ଗକୁ ନାଲି ନିଳ ଆଲୋକରେ ପୂଜା ମଣ୍ଡପ ଗୁଡିକ ମନ କିଣି ନେଉଛି ଶ୍ରଦ୍ଧାଳୁ ମାନଙ୍କର । ଗଜଲକ୍ଷ୍ମୀ ପୂଜା ଦେଖିବା ନିମନ୍ତେ ପ୍ରତ୍ୟେକ ପ୍ରବଳ ଶ୍ରଦ୍ଧାଳୁ ଙ୍କ ସମାଗମ ହେଉଥିବା ପରିଲକ୍ଷିତ ହେଉଛି ।

Leave a Reply

Your email address will not be published. Required fields are marked *