କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ମହାସିଙ୍ଗି ସ୍ଥିତ ପଥପ୍ରାନ୍ତ ସେବାକେନ୍ଦ୍ର ନିକଟରେ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ ସଂଘର ବାର୍ଷିକ ସମ୍ମିଳନୀ ନିର୍ବାଚନ ଅନୁଷ୍ଠିତ ହୋଇଅଛି। ଏହି ସମ୍ମିଳନୀରେ ବାଲିଗୁଡା ଉପଖଣ୍ଡର ୯ ଟି ବ୍ଲକ ନୂଆଗାଁ, ତୁମୁଡିବନ୍ଧ, କୋଟଗଡ଼, ବାଲିଗୁଡ଼ାର ଚତୁର୍ଥ ଶ୍ରେଣୀ କର୍ମଚାରୀ ଉପସ୍ଥିତ ରହିଥିଲେ । ଏହି ବାର୍ଷିକ ସମ୍ମିଳନୀରେ ଦୀର୍ଘ ଦିନ ହେବ ଖାଲି ପଡ଼ିଥିବା ବାଲିଗୁଡା ଉପଖଣ୍ଡ ଶାଖାର ସଭାପତି ଭାବେ ନାରାୟଣ ପ୍ରଧାନ ଓ ଅନ୍ତର୍ଯ୍ୟାମୀ ଦଳପତିଙ୍କୁ କୋଷାଧ୍ୟକ୍ଷ୍ୟ ଭାବେ ଚୟନ କରାଯାଇଛି ।
ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ନିର୍ବାଚନ !!!

