ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଆମେ କିଛିଦିନ ତଳେ ଆମ ଚ୍ୟାନେଲ ମାଧ୍ୟମରେ ବେଗୁନିଆ ବ୍ଲକ ଦୁର୍ଗାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାନଗୋବିନ୍ଦପୁର ଗ୍ରାମର ଦେବେନ୍ଦ୍ର ସାମନ୍ତସିଂହାର ଙ୍କର ଦୁର୍ଦ୍ଦଶାମୟ କରୁଣ କାହାଣୀ ବିଷୟରେ ଦେଖାଇଥିଲୁ ! ତା ସହିତ ଆମେ ତାଙ୍କ ଭିନ୍ନକ୍ଷମ ପତ୍ନୀଙ୍କ ବିଷୟରେ, ସେ କିପରି ଭାବରେ ନିଜ ଶଯ୍ୟାଶାୟୀ ସ୍ୱାମୀଙ୍କୁ ରୋଗମୁକ୍ତ କରିବାପାଇଁ ନାହିଁ ନଥିବା ଅସୁବିଧାକୁ ସାମ୍ନା କରୁଥିବାର ଖବର ପ୍ରସାରଣ କରିଥିଲୁ I ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା , ଯାହା ଫଳରେ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ତାଙ୍କର ପ୍ରତ୍ୟକ ମାସରେ ଆସୁଥିବା ମାସିକ ଦରମାରୁ 500 ଟଙ୍କା ଦେବା ପାଇଁ ଆମକୁ ପ୍ରତିଶୃତି ଦେଇଥିଲେ, ଏଥି ସହିତ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳର ” ସାମାଜିକ ଯୁବ ସଂଗଠନ ” ତାଙ୍କ ପରିବାର ପାଇଁ କିଛି ରାସନ ସାମଗ୍ରୀ, ପରିବା, ଉଭୟଙ୍କ ପାଇଁ ବସ୍ତ୍ର ଏବଂ ନଗଦ 4000 ଟଙ୍କା ସାହାଯ୍ୟ କରିଥିଲେ I ଉକ୍ତ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସେମାନଙ୍କୁ ଆଶ୍ୱାସନା ଦେବା ସହିତ ତାଙ୍କ ସୁଖଦୁଃଖ ପଚାରି ବୁଝହିଥିଲେ I ଆଗମୀ ଦିନରେ ଦେବେନ୍ଦ୍ର ବାବୁ କିପରି ଭଲ ହୋଇ ସାଧାରଣ ଜୀବନଯାପନ କରି ପାରିବେ ସେଥି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ଏଥି ସହିତ ଦେବେନ୍ଦ୍ର ବାବୁଙ୍କ ପରିବାରକୁ ସାହାଯ୍ୟର ହାତ ବଢାଇବା ପାଇଁ ଆମ ଚ୍ୟାନେଲ ମାଧ୍ୟମରେ ଅନ୍ୟ ସାମାଜିକ ଅନୁଷ୍ଠାନକୁ ଅନୁରୋଧ କରିଥିଲେ I
ଅସହାୟ ଦମ୍ପତି ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ ସାମାଜିକ କର୍ମୀ !!!

