ଚିନ୍ମୟ ଫାଉଣ୍ଡେସନର ୧୪୬ ତମ ସପ୍ତାହିକ କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥ ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ କରୋନାର ତାଣ୍ଡବଲୀଳାକୁ ପ୍ରଶମିତ କରିବା ନିମନ୍ତେ ନୀରବଛିନ୍ନ ପ୍ରକ୍ରିୟାରେ ଆଜକୁ ୧୦୨୨ ଦିନ ଧରି ଚାଲୁ ରହିଛି କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଥିବା ବେଳେ, ଚାଇନାର ସ୍ଥିତିକୁ ଆଖି ଆଗରେ ରଖି ସତର୍କତା ଅଵଲମ୍ବନ କରିବାକୁ ଫାଉଣ୍ଡେସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ଫାଉଣ୍ଡେସନର ୧୪୬ ତମ ସପ୍ତାହ ଅର୍ଥାତ ଦିନସଂଖ୍ୟା ୧୦୧୬ ରୁ ୧୦୨୨ ( ରବିବାର ରୁ ଶନିବାର) ପର୍ଯ୍ୟନ୍ତ ବିଂଝାରପୁର ଓ ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ସଚେତନତା ସହ ଗରିବ ଅସହାୟ ମାନଙ୍କୁ କମ୍ବଳ, ମଶାରୀ, ଶୁଖିଲା ଖାଦ୍ୟ, ମାକ୍ସ, ସାବୁନ, ସାନିଟାଇଜର, ଡେଟଲ, ହ୍ୟାଣ୍ଡ ଗ୍ଳୋବ୍ସ, ଶୀତ ବସ୍ତ୍ର ଆଦି ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସହ ସାଧୁ ନିଲୁ ବାବା, ମାଷ୍ଟର ମିହିର କୁମାର, ଶିଶୁକବି ଧୀରେନ୍ଦ୍ର ମଲ୍ଲିକ, ସଂଗ୍ରାମ ମଲ୍ଲିକ, ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ସାଗର କୁମାର ଜେନା , ରାକେଶ କୁମାର ଜେନା, ସାଗର ମଲ୍ଲିକ ଆଦି ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *