” ଚଇତି ମହୋତ୍ସଵ ” ଅଗ୍ରଗତି ନେଇ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲାର ଲୋକ ମହୋତ୍ସଵ ଚଇତି ଆସନ୍ତା ୧୮ ତାରିଖ ରୁ ୨୨ ତାରିଖ ଯାଏଁ ଅନୁଷ୍ଠିତ ହେବ ! କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ଆଜି ଅନୁସୂଚିତ ଜନଜାତି,ଜାତି ବିକାଶ, ସଂଖ୍ୟା ଓ ପଛୁଆ ବର୍ଗ କଲ୍ୟାଣ , ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ସମୀକ୍ଷା କରିଛନ୍ତି l ବୈଠକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧିର କୁମାର ଦାସ, ଜିଲ୍ଲାପାଳ ସ୍ୱଧା ଦେବ ସିଂ, ଆରକ୍ଷୀ ଅଧୀକ୍ଷ ବିବେକାନନ୍ଦ ଶର୍ମାଙ୍କ ଉପସ୍ଥିତିରେ ଚଇତି ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ଦାୟିତ୍ୱରେ ଥିବା ଉପ ସମିତିର ଅଧ୍ୟକ୍ଷ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ l ଆସନ୍ତା ଜାନୁୟାରୀ ମାସର ୧୨ ତାରିଖରୁ ୨୯ ତାରିଖ ଯାଏଁ ହକି ବିଶ୍ବ କପ ଆୟୋଜନ ହେଉଥିବାରୁ ଏହି ସମୟରେ ରାଜ୍ୟରେ ଜିଲ୍ଲା ମହୋତ୍ସବ ଗୁଡିକର ଆୟୋଜନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିବାରୁ ଏହି ସମୟରେ ଚଇତି ମହୋତ୍ସବକୁ ଅଧିକ ଆକର୍ଷଣୀୟ ଭାବେ ଆୟୋଜନ କରାଯିବ l ଚଇତିକୁ ସରସ ସୁନ୍ଦର ଭାବରେ ନିମନ୍ତେ ସମସ୍ତ ଅଧିକାରୀ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ଆହ୍ୱାନ କରିଥିଲେ l
ଏହି ବୈଠକରେ ବିଶେଷ କରି ସଂସ୍କୃତି, ମଞ୍ଚ ପରିଚାଳନା, ଶୋଭା ଯାତ୍ରା, ପ୍ରଚାର ପ୍ରସାର,ଖାଦ୍ୟ, ସ୍ମରଣୀକା,ରହଣି ଓ ଥଇଥାନ, ପରିବହନ ,ପ୍ରଦର୍ଶନୀ,ନିମନ୍ତ୍ରଣ, ଆଦି ଉପରେ ଆଲୋଚନା କରିଥିଲେ l ବୈଠକରେ ଅନ୍ୟା ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନଦ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହି ରବିନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ରାୟଗଡ ଭୀମସେନ ଶବର, ପିଏ ଆଇଟିଡିଏ ପଦ୍ମ ଚରଣ ନାଏକ, ଜିଲ୍ଲା ମଂଗଳ ଅଧିକାରୀ ଅଶୋକ କୁମାର ଶତପଥି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଆଲେନୁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ନାଏକ, ସହକାରୀ ନିର୍ଦ୍ଦେଶକ ଓରମାସ ମନୋଜ କୁମାର ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ, ରାୟଗଡା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରସନ୍ନ କୁମାର ଗନ୍ତାୟତ, ଡ଼ିଓ ରାୟଗଡା ପୂର୍ଣଚନ୍ଦ୍ର ବରିହା, ଏଡ଼ିଓ ରାୟଗଡ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *