ଦଶପଲ୍ଲା ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ପୁଣି ସାମନାକୁ ଆସିଲା ଫଳକ ଭଙ୍ଗା ଘଟଣା ! ଦଶପଲ୍ଲା ତେଣ୍ଡା ବାଡି ପଞ୍ଚାୟତ ବାଗଦେଵୀ ଠାକୁର ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଫଳକ ଭଙ୍ଗା କୁ କେନ୍ଦ୍ର କରି ପୋଖରୀ ଗୋଛା ସମିତି ସଭ୍ୟ ବାପୁଜୀ ସାହୁ , ବିଜେଡି କର୍ମୀ ପ୍ରଭାତ ପାତ୍ର ଙ୍କୁ ସର୍ବ ସମୁଖରେ ହାତରେ କଟୁରୀ ଧରି ଗୋଡେଇ ଗୋଡେଇ ଆକ୍ରମଣ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବାବେଳେ ଆହତ ବ୍ୟକ୍ତି ପ୍ରଭାତ ପାତ୍ର ଙ୍କୁ ଉଦ୍ଧାର କରିଛି । ଘଟଣା ସ୍ଥଳ ରୁ ସମିତି ସଭ୍ୟ ବାପୁଜୀ ସାହୁ ଫେରାର ହୋଇଥିବାର ଜଣାଯାଇଛି ।
ଫଳକ ଭଙ୍ଗା କୁ ନେଇ ଦୁଇ ଗୋଷ୍ଠୀ ମୁଁହା ମୁହିଁ !!!

