ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁରରେ ବିଶ୍ୱ କପ ହକି ଟ୍ରଫି ପହଞ୍ଚିବା ପରେ ଜିଲା ବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ଟ୍ରଫି ଯାଜପୁରରେ ପହଞ୍ଚିବା ପରେ ଜିଲା ପ୍ରଶାସନ ପକ୍ଷରୁ ଏହାକୁ ସ୍ଵାଗତ କରାଯାଇଥିଲା । ଯାଜପୁର ସାଂସଦ ଶର୍ମିଷ୍ଠା ସେଠି, ସୁଲତା ଦେଓ, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ସମେତ ଜିଲ୍ଳାର ସମସ୍ତ ବିଧାୟକ ଓ ବିଧାୟିକା ଯୋଗ ଦେଇ ଟ୍ରଫିକୁ ସ୍ୱାଗତ କରିଥିଲେ । ଏହି ସମୟରେ ଓଡିଶାର ଅନ୍ତରାଷ୍ଟ୍ରୀୟ ହକି ଖେଳାଳୀ ମଧ୍ୟ ଉପସ୍ଥିତ ଥିଲେ । ଏହା ପରେ ୫ ହଜାରରୁ ଊର୍ଦ୍ଧ୍ଵ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସଂସ୍କୃତିକ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି କୁସୁମା ନିକଟରେ ପହଞ୍ଚିଥିଲେ । ସେଠାରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯାଜପୁର ପୌରପାଳିକାର ପାରିଷଦ ବର୍ଗ ସାମିଲ ହୋଇ ଓଡିଶାରେ ବିଶ୍ୱକପ ହକି ପ୍ରତିଯୋଗିତା ଆୟୋଜନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ଦେଖିବାକୁ ମିଳିଥିଲା ।
ବିଶ୍ୱ କପ ହକି ଟ୍ରଫି କୁ ଯାଜପୁର ଜିଲାବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ !!!

