ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ , ବାଲୁଗାଁ ରେ ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ହୋଇଯାଇଛି ଏକ ସାଙ୍ଗଠନିକ କାର୍ଯ୍ୟକ୍ରମ ! ଏଥିରେ ରାଣୀମା ଙ୍କ ନେତୃତ୍ଵରେ ଜିଲ୍ଲା ର ଭାରତୀୟ ଜନତା ପାର୍ଟି ପ୍ରମୂଖ ଅଧିକାରୀ ଙ୍କ ଉପସ୍ଥିତରେ କେବଳ ବାଲୁଗାଁ ପଞ୍ଚାୟତ ର 500 ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି , ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ମା ସ୍ଵର୍ଗତ ହୀରାବେନ୍ଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ! ସମସ୍ତ କର୍ମୀମାନେ ଦୀପ ଦାନ କରିବା ସହିତ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ! ପ୍ରଥମରୁ ନୀରବ ପ୍ରାର୍ଥନା ତଥା ସ୍ମୃତି ଚରଣ କରିଥିବା ସମୟରେ ସମସ୍ତ ବକ୍ତା ସ୍ମୃତି ଚରଣ ସହିତ ଶୋକ ବ୍ୟକ୍ତ କରିଥିଲେ ! ଆୟୋଜିତ କାର୍ଯ୍ୟକ୍ରମରେ ନସିର ଅହମଦ, ସନ୍ତୋଷ କୁମାର ପ୍ରଧାନ. ପ୍ରହଲ୍ଲାଦ ବରାଡ , ବସନ୍ତ ପଟ୍ଟନାୟକ , ପ୍ରଫୁଲ୍ଲ ସାହୁ , ଅଜୟ କୁମାର ନାୟକ , ସଂଜୟ କୁମାର ନାୟକ ପ୍ରମୂଖ ଉପସ୍ଥିତ ରହିଥିଲେ ! ପଞ୍ଚାୟତ ସଭାପତି ରବି ଦଳବେହେରା ସଭା ଆରମ୍ଭ ସହ ସନ୍ତୋଷ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ !

