ଚିଲିକାରେ ଲଞ୍ଚ ର ଯାତାୟାତ ସମୟ ପରିବର୍ତନ ପାଇଁ ଦାବି !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଏସିଆ ମହାଦେଶର ସର୍ବବୃହତମ ଲବଣ ହ୍ରଦ ନିଳାମ୍ବୁ ଚିଲିକା । ଯାହାର ପରିଧି ପୁରୀ ,ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାକୁ ବ୍ୟାପି ରହିଛି । ଚିଲିକାର ଜଳପଥ ମଧ୍ୟଦେଇ ପାରିକୁଦ ଅଞ୍ଚଳକୁ ଯାତାୟତ ନିମନ୍ତେ ଜନସାଧାରଣ ଙ୍କୁ ଡଙ୍ଗା ଓ ଲଞ୍ଚର ଆଶ୍ରୟ ନେବାକୁ ପଡିଥାଏ । ତେବେ ଡଙ୍ଗାରେ ଯାତାୟତ କରିବା ପାଇଁ ଯାତ୍ରୀ ମାନେ ନିଜକୁ ସୁରକ୍ଷିତ ମଣୁ ନଥିବା ବେଳେ , ଯାତ୍ରୀ ଲଞ୍ଚ ରେ ଯାତାୟାତ କରିବା ନିମନ୍ତେ ସମ୍ପୁର୍ଣ୍ଣ ନିର୍ଭର କରିଥାନ୍ତି । ତେବେ ଲଞ୍ଚର ଯାତାୟତ ନିମନ୍ତେ ସରକାର ସମୟ ସ୍ଥିରୀକୃତ କରିଥିବା ବେଳେ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସରକାରି କର୍ମଚାରୀ ପର୍ଯ୍ୟନ୍ତ ନାହିଁ ନଥିବା ଅସୁବିଧାର ସମୁଖିନ ହୋଇଥାନ୍ତି । ଏହାର ଫେରିବା ସମୟ ପ୍ରାୟ ୩ ଟା ହୋଇଥିବାରୁ ଏହି ସମୟକୁ ପରିବର୍ତ୍ତନ କରିବା ନିମନ୍ତେ ବହୁଦିନ ଧରି ଦାବି ହୋଇ ଆସୁଛି ! ଏଥିପ୍ରତି ସରକାର କିମ୍ବା ପ୍ରଶାସନର ଦୃଷ୍ଟି ଟିକିଏ ବି ପଡୁନଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ଏପରି ସ୍ଥଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚରୁ ଲଞ୍ଚ ଯୋଗେ ଯାତାୟତ କରୁଥିବା ଛାତ୍ର ଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ପାରିକୁଦ ଅଞ୍ଚଳରେ ରୁକ୍ମିଣୀ ଦେବୀ ଓ କନ୍ଦାଖାଇ ମହାବିଦ୍ୟାଳୟ ଥିବା ବେଳେ ବାଣପୁର ଠାରେ ଗୋଦାବରିଶ ମହାବିଦ୍ୟାଳୟ , ଗ୍ରାମୀଣ ମହିଳା ମହାବିଦ୍ୟାଳୟ , ପର୍ଶୁରାମ ମହାବିଦ୍ୟାଳୟ , ନାଚୁଣୀ ମହାବିଦ୍ୟାଳୟ , ବାଲୁଗାଁ ମହାବିଦ୍ୟାଳୟ , ପଞ୍ଚୁପଲ୍ଲୀ ମହାବିଦ୍ୟାଳୟ ଆଦିକୁ ସଦା ସର୍ବଦା ଶହଶହ ଛାତ୍ରଛାତ୍ରୀ ପାଠ ପଢିବା ନିମନ୍ତେ ଯାତାୟତ କରୁଛନ୍ତି । ସେହିପରି ଉଭୟ ପଟରେ ଥିବା ବିଭିନ୍ନ ସରକାରୀ କର୍ଯ୍ୟାଳୟ ମାନକୁ ଶତାଧିକ କର୍ମଚାରୀ ଲଞ୍ଚ ଉପରେ ନିର୍ଭର କରି ଯାତାୟତ କରୁଛନ୍ତି । ତେବେ ଏହି ପଥ ଦେଇ ଯାଉଥିବା ଯାତ୍ରୀ ମାନଙ୍କ ପାଇଁ ଏକ ବିଡମ୍ବନାର ବିଷୟ ପାଲଟିଛି । ଅପରାହ୍ନ ସମୟରେ ଯାତାୟତ କରୁଥିବା ଲଞ୍ଚର ନିର୍ଧାରିତ ସମୟ ସମସ୍ତଙ୍କ ପାଇଁ ଏକ ପ୍ରାଚୀର ପରି ଛିଡ଼ା ହୋଇଛି । ସ୍କୁଲ କଲେଜ ଓ ବିଭିନ୍ନ ସରକାରି କାର୍ଯ୍ୟାଳୟ ମାନ ଅପରାହ୍ନ ୪ ଟାରେ ଛୁଟି ହେଉଥିବା ବେଳେ । ଲଞ୍ଚ ପ୍ରାୟ ୩ ଟା ପରେ ଘାଟ ମାନଙ୍କରୁ ଛାଡି ଦେଉଛି । ଯାହାଫଳରେ ସମସ୍ତଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି । ତେବେ ଏହାର ଛାଡ଼ିବା ସମୟକୁ ଅପରାହ୍ନ ୪ଟା ନିମନ୍ତେ କରିବାପାଇଁ ସାଧାରଣ ରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *