ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ହକି ପୁରୁଷ ବିଶ୍ୱକପ ୨୦୨୩ ପାଇଁ ପ୍ରମୋସନାଲ କାର୍ଯ୍ୟକ୍ରମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପାଳିତ ହୋଇଛି ହକି ପୁରୁଷ ବିଶ୍ୱକପ ପାଇଁ ମାରାଥନ ରାଲି । ଏଥିରେ ବିଭିନ୍ନ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ, ଚିଲିକା ପ୍ରେସ କ୍ଲବର ସମସ୍ତ ସଭ୍ୟ, ମହିଳା ସଂଗଠନ ର ଛାମୁଆ ନେତା ଉପସ୍ଥିତ ରହି ବିଷରପାଟଣା ଛକ ସେଲଫି ପଏଣ୍ଟ ରୁ ଆରମ୍ଭ କରି ମା ଭଗବତୀ ମନ୍ଦିର ଓ ସେଠାରୁ ବାହାରି ଐତିହାସିକ ପଲଟଣ ପଡିଆ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ।

ଐତିହାସିକ ପଲଟଣ ପଡିଆରେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଖେଳକୁଦ, ଝୋଟି ଓ ଫ୍ୟାନସି ଡ୍ରେସ ପ୍ରତିଯୋଗିତା ରହିଛି l ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ବାଣପୁର ତହସିଲଦାର କୁଞ୍ଜ ବିହାରୀ ବଡଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ବୁଲ୍ ବୁଲ୍ ବେହେରା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଓ ସମସ୍ତ କାଉନସିଲର ମାନଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥଲେ ।

Leave a Reply

Your email address will not be published. Required fields are marked *