ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳରେ ଥିବା ଗ୍ରାମୀଣ ମହିଳା ମହାବିଦ୍ୟାଳୟ ପରିସର ଠାରେ +୨ ଛାତ୍ରୀମାନଙ୍କୁ ନେଇ ଆଠ ଦିନିଆଁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ର ଉଦଘାଟନୀ ଉତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ରଶ୍ମିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ , ମୁଖ୍ୟ ବକ୍ତାଭାବେ ପ୍ରାକ୍ତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ , ସମ୍ମାନିତ ଅତିଥି ଭାବେ ସର୍ବେଶ୍ବର ଷଡଙ୍ଗୀ , ମନୋଜ କୁମାର ମହାପାତ୍ର , ପ୍ରଶାନ୍ତ କୁମାର ଦାଶ ଯୋଗଦେଇ ଆଜିର ସମାଜରେ ମହିଳା ମାନେ କିପରି ଅସୁରକ୍ଷିତ ଅଛନ୍ତି ଏବଂ ସେମାନେ ନିଜକୁ ନିଜେ କିପରି ସୁରକ୍ଷା ଦେଇ ପାରିବେ ତଥା ସ୍ୱାବଲମ୍ବୀ ହୋଇ ପାରିବେ ତାହାକୁ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ !!!

