ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଶୀତୁଆ ରାତିରେ , ମନୋରମ ପରିବେଶ ଆଉ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ କରିଛି ବିମୋହିତ ! ସମସ୍ତଙ୍କ ହୃଦୟକୁ ଛୁଇଁଲା ଭାପୁର ମହୋତ୍ସବ ! ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଉପ-ଜିଲ୍ଲପାଳ ସୁବାସ ଚଦ୍ର ରାୟ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶକ୍ତିକାନ୍ତ ରାୟ , ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅତିରିକ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜିତ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ! ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସଂଗୀତରେ ଝୁମିଲେ ଦର୍ଶକ !

ଭାପୁର ଅଞ୍ଚଳ ହେଉଛି ଶାନ୍ତି ପ୍ରଗତି ମୈତ୍ରୀ ର ପୁର, ସ୍ୱାଭିମାନୀ ମାଟି ମୋ ଭାପୁର, ଗୌରବମୟ ଐତିହ୍ୟ ଏବଂ ପାରମ୍ପରିକ ଲୋକକଳା ତଥା ସାମାଜିକ ଐକ୍ୟଭାବର ସୁଦୃଢୀକରଣ ବାର୍ତ୍ତାର ମହକ ବାଣ୍ଟି ବୁଧବାର ଅପରାହ୍ନ 3 ଟାରେ ଭାପୁର ମହୋତ୍ସବ ଉଦଘାଟିତ ହୋଇଥିଲା l ମହୋତ୍ସବର ମୁକ୍ତାକାଶ ମଣ୍ଡପ ରେ କଳାକାର ମାନେ ନିଜର କଳା ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ! ମଞ୍ଚରେ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ ଓଡ଼ିଶାର ସୁନାମ ଧନ୍ୟ ନୃତ୍ୟ ଶିଳ୍ପୀ ! ସ୍ବାଗତ ସଙ୍ଗୀତ ପରେ ଆରମ୍ଭ ହୋଇଥିଲା , ସାଧାରଣ ସଭା । ଏଥିରେ ମହୋତ୍ସବ କମିଟିର ଅଧ୍ୟକ୍ଷ୍ୟ ବେଣୁଧର ପ୍ରଧାନ ପୌରୋହିତ୍ୟ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ମହୋତ୍ସବ ତିନି ଦିନ ଧରି ଚାଲିଥିବା ସମୟରେ ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଥିଲା !

