ନାଚୁଣୀ ଥାନା ଅଞ୍ଚଳରୁ ୩୯୨ ଲିଟର ଦେଶୀ ମଦ ଜବତ : ଜଣେ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ଘାସଡିହ ଗ୍ରାମରୁ ବିପୁଳ ମାତ୍ରାରେ ଚୋରା ଦେଶୀ ମଦ ଜବତ କରଛି ନାଚୁଣୀ ଥାନା ପୋଲିସ । ଅବକାରୀ କାରବାର କୁ ନେଇ ଆକ୍ସନ ମୁଡ଼ରେ ଅଛି ନାଚୁଣୀ ପୋଲିସ । ୩୯୨ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପଞ୍ଚାୟତ ଘାସଡ଼ିହ ଗ୍ରାମର ଏସକେ କୁର୍ବାଣ୍ଣ । ପ୍ରଥମ କରି ଆଇଆଇସି ଭାବେ ନୂତନ ନାଚୁଣୀ ଥାନା ରେ ନିଯୁକ୍ତ ହୋଇଥିବା ଚନ୍ଦ୍ରଶେଖର ଜେନାଙ୍କର ଏହା ହେଉଛି ପ୍ରଥମ ପଦକ୍ଷେପ । ଗାଁ ଗହଳିରେ ଚୋରା ମଦର ଆସର ଦିନକୁ ଦିନ ବଢି ଚାଲିଥିଲା ବେଳେ ଘଟଣାଟି ନାଚୁଣି ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପଲଟିଥିବା ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *