ଘନ କୁହୁଡି ଯୋଗୁଁ ବାଲୁଗାଁରୁ ଚିଲିକା ଦେଇ କାଳିଜାଇ ଯାଉଥିବା ଡଙ୍ଗାରେ ଲାଗିଲା କଟକଣା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ମକର ସଂକ୍ରାନ୍ତି ରେ ଚିଲିକା ର ଅଧିଷ୍ଠାତ୍ରୀ ଦେବୀ ମା କାଳିଜାଇ ଙ୍କ ଯାତ୍ରା ହୋଇଥାଏ ! ଏହି ଯାତ୍ରା ଦେଖିବା ପାଇଁ ଦୂର ଦୁରାନ୍ତରୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି । କିନ୍ତୁ ବିଡମ୍ବନା ର ବିଷୟ ଘନ କୁହୁଡି ଯୋଗୁଁ ପ୍ରଶାସନ ତରଫରୁ ବାଲୁଗାଁରୁ ଚିଲିକା ଦେଇ କାଳିଜାଇ ଯାଉଥିବା ଡଙ୍ଗାରେ କଟକଣା ଲଗେଇବା ସହ ଚିଲିକା ମଧ୍ଯ ରେ ଡ଼ଙ୍ଗା ଚଳା ଚଳ ବନ୍ଦ କରାଯାଇଛି । ଯେଉଁ ଡଙ୍ଗା ଚିଲିକା ମଧ୍ୟକୁ ଯାଇଛନ୍ତି ଚିଲିକା ମଧ୍ୟରେ ଫସି ଅଛନ୍ତି । ଯାହା ଫଳରେ ଚିଲିକା କୁଳ ରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଅପେକ୍ଷା କରିଛନ୍ତି କେତେ ବେଳେ କୁହୁଡି ଛାଡ଼ିବ ଏବଂ ଭକ୍ତ ମାନେ ମା ଙ୍କ ଦର୍ଶନ କରିବେ ! ତାହାକୁ ଚାହିଁ ବସିଛନ୍ତି ହଜାର ହଜାର ପର୍ଯ୍ୟଟକ ।

Leave a Reply

Your email address will not be published. Required fields are marked *