ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଟାଉନ ହଲ ପରିସର ରେ ଆଜି ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନଙ୍କ ” ଗଜପତି ପ୍ରେସ – କ୍ଳବ୍ ” ଉଦଘାଟିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ୍ କାଟି “ଗଜପତି ପ୍ରେସ କ୍ଳବ୍” କୋଠା ର ଶୁଭ ଉଦଘାଟନ କରିଥିଲେ । ପରେ ଆୟୋଜିତ ଉଦଘାଟନୀ ସଭା ରେ ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ ଙ୍କ ସଭାପତିତ୍ବ ରେ ଉଦଘାଟକ ତଥା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇ ସାମ୍ବାଦିକ ଙ୍କ ସରକାର, ପ୍ରଶାସନ ଓ ସମାଜ ରେ ଏକ ସ୍ବତନ୍ତ୍ର ସମ୍ମାନ ଓ ମର୍ଯ୍ୟାଦା ରହିଛି ବୋଲି ପ୍ରକାଶ କରିଥିଲେ । ସାମ୍ବାଦିକ ମାନେ ସମାଜ ର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବା ସହ ପ୍ରଶାସନ କୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସୁରାକ ଯୋଗାଇବାରେ ସହଯୋଗ କରିଥାନ୍ତି । ତେଣୁ ସେହି ସବୁ ସମ୍ମାନ ଓ ମର୍ଯ୍ୟାଦା କୁ ଅକ୍ଷୁର୍ଣ୍ଣ ରଖି ସାମ୍ବାଦିକ ମାନେ ସବୁବେଳେ ନିରପେକ୍ଷ ଓ ସତ୍ୟ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଏଡିଏମ୍ ସଂଗ୍ରାମ ଶେଖର ପଣ୍ଡା , ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଭାରାପ୍ରାପ୍ର ପୌର ନିର୍ବାହୀ ଅଧିକାରୀ ନଟବର ଗରଡ଼ା ଏବଂ ବରିଷ୍ଠ ସାମ୍ବାଦିକ ଦ୍ୱିଜେନ୍ଦ୍ର ନାଥ ପାଢ଼ୀ ପ୍ରମୁଖ ମଞ୍ଚାସିନ ରହି ସାମ୍ବାଦିକ ମାନଙ୍କ କର୍ତ୍ତବ୍ୟ ଓ ସମାଜ ପାଇଁ ସେମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ବରିଷ୍ଠ ସାମ୍ବାଦିକ ତାରିଣୀ ପ୍ରସାଦ ପଣ୍ଡା ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବହୁ ପ୍ରତିକ୍ଷିତ ଦୀର୍ଘ ଦିନ ର ଅଭିଳାଷ ଆଜି ଜିଲ୍ଲା ପ୍ରଶାସନ ସହଯୋଗ କ୍ରମେ ପାରଳା ପୌର ପରିଷଦ ର ସହଯୋଗ ଫଳରେ ଗଜପତି ପ୍ରେସ କ୍ଳବ୍ ହେବା ସମ୍ଭବ ହୋଇଥିବା ଯୋଗୁଁ ଏଥିପାଇଁ ଗଜପତି ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନ ପକ୍ଷରୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ସମେତ ଏଡିଏମ୍ ସଂଗ୍ରାମ ଶେଖର ପଣ୍ଡା , ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଭାରାପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ନଟବର ଗରଡ଼ାଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି ।

