ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଭାକ୍ସିନ ଅଭାବ : ସାଧାରଣରେ ଅସନ୍ତୋଷ !

0
183

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ଭୟାବହ ରୂପ ନେବାରେ ଲାଗିଛି । ସରକାରଙ୍କ ପକ୍ଷରୁ ମହାମାରୀ ରୋଗରୁ ମୁକ୍ତି ପାଇବା ପାଇଁ ଭାକ୍ସିନ ନେବା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାଧାରଣ ଲୋକମାନେ ଲମ୍ବା ଲାଇନରେ ଛିଡା ହେବା ସହ ସେମାନଙ୍କର ମଧ୍ୟରେ ସାମାଜିକ ଦୂରତ୍ୱ ନଥିବାର ଦେଖିବାକୁ ମିଳୁଛି । ସରକାର ପ୍ରଚୁର ପରିମାଣରେ ଭାକ୍ସିନ ରହିଥିବା ନେଇ ସୂଚନା ଦେଇଥିବା ସମୟରେ କାର୍ଯ୍ୟକ୍ଷେତ୍ରରେ କମ ପରିମାଣ ଆସୁଥିବାରୁ ବହୁ ଜନସାଧାରଣ ନିରାଶ ହୋଇ ଫେରୁଛନ୍ତି । ଏଠାରେ ବହୁ ଭିଡ଼ ହେଉଥିବା ବେଳେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here