ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର କୃଷି ଅଧିକାରୀ ଡା ଅଜୟ କରଙ୍କ ସଭାପତିତ୍ୱରେ କୃଷି ଯାନ୍ତ୍ରୀକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଓ ନରେନ୍ଦ୍ରପୁର ସରପଂଚ ସବିତା ଦାସ ଯୋଗ ଦେଇଥିବା ବେଳେ ଅନ୍ନପୂର୍ଣ୍ଣା ମହାରଣା ବାଣପୁର ସହକାରୀ ଉଦ୍ୟାନ ବିଭାଗ ଅଧିକାରିଣୀ ଓ ମତ୍ସ୍ୟ ବିଭାଗ ସହକାରୀ ଅଧିକାରୀ ପର୍ଶୁରାମ ସବର ଓ ବାଣପୁର ବ୍ଲକର ନିର୍ବାଚିତ ସରପଞ୍ଚ ସମିତି ସଭ୍ୟ ଓ ଅନେକ ଚାଷି ଯୋଗ ଦେଇଥିଲେ । ଚାଷୀମାନଙ୍କୁ ଯନ୍ତ୍ରପାତି ଓ କଳ ଲଙ୍ଗଳ ବିଷୟରେ ଟିଭି ମାଧ୍ୟମରେ ସଚେତନ କରାଇବା ସହ ଯନ୍ତ୍ରର ସଵସିଡି ଜଣାଇଥିଲେ କୃଷି ସହକାରୀ ଯନ୍ତ୍ରୀ ଅକ୍ଷୟ ସାହୁ । ଏହି କାର୍ଯ୍ୟକ୍ରମ କିପରି ଲୋକାଭିମୂଖି ହୋଇପାରିବ ମିଶନ ଶକ୍ତିର ସଂଯୋଜିକା ରଶ୍ମିତା ଇନ୍ଦ୍ରଜିତ, ପଲବି ପ୍ରୀୟଦର୍ଶିନୀ ବଡଜେନା ଓ ଶିବ ପ୍ରସାଦ ଜାଲି ଉପସ୍ଥିତ ରହି ନିଜର ମତାମତ ଦେଇଥିଲେ !
ବାଣପୁର ବ୍ଲକ କୃଷି ଅଧିକାରୀଙ୍କ ଦ୍ୱାରା କୃଷି ଯାନ୍ତ୍ରୀକରଣ ସଚେତନତା ଶିବିର !!!

